Cyclone Montha / ଝଡ଼ ତୋଫାନ ଦେଖି ଡରିଗଲେ, ଆନ୍ଧ୍ର ଯାଇପାରିଲେନି ୪୦ରୁ ଅଧିକ ଟ୍ରଲର !

Key Points
ଗଞ୍ଜାମ - ସମୁଦ୍ର ମଧ୍ୟରେ ଟ୍ରଲର ଫସିବା ଘଟଣା । ପ୍ରାୟ ୪୦ରୁ ଅଧିକ ଟ୍ରଲର ଗୋପାଳପୁର ପୋର୍ଟର ସାଉଥ୍ ବର୍ଥ ଭିତରକୁ ଆସିଲେ । ସାଉଥ୍ ବର୍ଥ ଭିତରେ ଏକ ସୁରକ୍ଷିତ ସ୍ଥାନରେ ଟ୍ରଲର ଗୁଡ଼ିକ ରଖାଯାଇଛି । ସମସ୍ତ ପୋର୍ଟର ଟ୍ରଲର ସାଉଥ୍ ବର୍ଥରେ ହିଁ ରହିବେ । ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ଟ୍ରଲର ବାହାରକୁ ବାହାରିବେ ନାହିଁ । ପୋର୍ଟର ସ୍ଥଳଭାଗକୁ ଆସିପାରିବେ ନାହିଁ କୌଣସି ଟ୍ରଲର । ଟ୍ରଲରରେ ଥାଇ ହିଁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଖାଦ୍ୟ ଓ ପାନୀୟ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବ ଗୋପାଳପୁର ପୋର୍ଟ । ବର୍ତ୍ତମାନ ୪୦ରୁ ଅଧିକ ଟ୍ରଲର ଆସିଥିବା ବେଳେ ରାତି ସୁଦ୍ଧା ଟ୍ରଲର ସଂଖ୍ୟା ବୃଦ୍ଧି ପାଇବା ନେଇ ସୂଚନା ।
ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା କାରଣରୁ ଏହି ଟ୍ରଲରଗୁଡ଼ିକ ଆନ୍ଧ୍ରପ୍ରଦେଶ ଯାଇ ପାରୁନଥିବା ସୂଚନା ମିଳିଛି। ଏପଟେ ଟ୍ରଲର ସହ ଏଥିରେ ଥିବା ମତ୍ସ୍ୟଜୀବୀମାନେ ଫସି ରହିଥିବାରୁ ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ସମସ୍ତ ଟ୍ରଲରକୁ କୂଳକୁ ଆଣିବାକୁ ପଦକ୍ଷେପ ନେଇଛନ୍ତି ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ଗୋପାଳପୁର ପୋର୍ଟରେ ଲାଗିଥିବା ଏକ ବଡ଼ ଭେସେଲ ସମୁଦ୍ର ଭିତରକୁ ଯାଇଥିଲା ।
ଅନ୍ୟପଟେ ଯାହା ସୂଚନା ମିଳିଛି ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍ ହେବ ମୋନ୍ଥା । ଓଡ଼ିଶାରେ ପଡ଼ିବ ପ୍ରଭାବ । ପାଣିପାଗ ବିଭାଗର ସୂଚନା ଅନୁସାରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କାଲି ପାଇଁ ୫ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତିରେ ୧୩୯ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି । ସେପଟେ ଚାଷୀଙ୍କ ଭିତରେ ବାତ୍ୟାକୁ ନେଇ ଛନକା ପଶିଛି । ଭୟରେ ଅଧା ପାଚିଲା ଫସଲ ଅମଳ କରିଛନ୍ତି ଚାଷୀ । ବିପଦସଂକୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୋନ୍ଥା ଆସିବା ପୂର୍ବରୁ ପ୍ରଶାସନ ପକ୍ଷରୁ ମାଇକରେ ସତର୍କ କରାଯାଉଛି । କିଛି ଜିଲ୍ଲାରେ ଆରମ୍ଭ ହୋଇଗଲାଣି ଘଡ଼ଘଡ଼ି ପବନ ସହ ବର୍ଷା ।
ଆଗାମୀ ୨୪ ଘଣ୍ଟା ପାଇଁ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ଏସବୁ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ଓ ଝଟକା ପବନ ୬୦ କିମି ପ୍ରତି ଘଣ୍ଟାରେ ରହିବ ।
ମଙ୍ଗଳବାର ବାତ୍ୟା ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଓଡ଼ିଶାରେ କିଛି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ଅରେଞ୍ଜ ଆଲର୍ଟରେ ରହିଛି ।
📱 Get Argus News App
✨Related Topics
Explore more stories