Videos
|
Odisha

କେନ୍ଦୁ ଜଙ୍ଗଲରୁ ମିଳିଲା ମହିଳାଙ୍କ କଙ୍କାଳ

Smruti Parija
Browse all articles by Smruti Parija
·1 year ago·1 min read
କେନ୍ଦୁ ଜଙ୍ଗଲରୁ ମିଳିଲା ମହିଳାଙ୍କ କଙ୍କାଳ

Key Points

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତର ହୀରାପୁର ଗ୍ରାମ ବୁନ୍ଦା କେନ୍ଦୁ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ କଙ୍କାଳ ଦେଖିବାକୁ ମଳିଛି ।

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତର ହୀରାପୁର ଗ୍ରାମ ବୁନ୍ଦା ଭିତରେ ଜଣେ ମହିଳାଙ୍କ କକେନ୍ଦୁ ଜଙ୍ଗଲ ଙ୍କାଳ ଦେଖିବାକୁ ମଳିଛି । ମୃତଦେହର ମୁଣ୍ଡରୁ ଅଣ୍ଟା ଯାଏ କଙ୍କାଳ ଦେଖା ଯାଉଥିବାବେଳେ ଅଣ୍ଟାରୁ ତଳ ଭାଗ କୌଣସି ଜଙ୍ଗଲୀ ଜନ୍ତୁ ଖାଇ ଯାଇଥିବା ସନ୍ଦେହ କରାଯାଉଛି ।


କଙ୍କାଳରେ ଥିବା ବାମ ହାତରେ ନୀଳ ରଙ୍ଗର ଦୁଇଟି ଚୁଡି ରହିଥିବାରୁ ଏହା ଏକ ମହିଳାଙ୍କ କଙ୍କାଳ ବୋଲି ଜଣାପଡୁଛି । କଙ୍କାଳର କିଛି ଦୂରରେ କିଛି ପଡିଥିବା ଦେଖିବାକୁ ମିଳିଛି । ଏଥିରେ ଗୋଟିଏ ମୋବଇଲ ଚାର୍ଜର ଥିବା ଅନୁମାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ସେ ଅଂଚଳରେ କୌଣସି ମହିଳା ନିଖୋଜ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ମହିଳାଙ୍କ କଙ୍କାଳ ଜଙ୍ଗଲ ମଧ୍ୟକୁ କେମିତି ଆସିଲା, ମହିଳାଙ୍କୁ କିଏ ହତ୍ୟା କରିଛି ନା ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ଜଣାପଡିବ । ଘଟଣାସ୍ଥଳରେ ଉମରକୋଟ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଭାବରେ ଉମରକୋଟ ଅତିରିକ୍ତ ତହସିଲଦାର ପହଂଚି ଘଟଣାର ତଦାରଖ କରିବା ସହ ପଞ୍ଚନାମା କରାଇଥିଲେ ।

female-dead-body-recovered-from-nabrangpur-umerkote | Argus News