Sweet Market / ପାର୍ବଣରେ ମିଠା ଚାହିଦାକୁ ପୂରଣ କରିପାରିବ ତ ବଜାର ? ଏପଟେ ଚିନି ମହଙ୍ଗା, ସେପଟେ ଛେନା,ପନିର ରେଡ୍
·2 weeks ago·2 min read

Key Points
ରାଜ୍ୟର ମିଠା ବ୍ୟବସାୟୀଙ୍କ ଉପରେ ଦୋହରା ମାଡ଼
ଏପଟେ ଚିନି ମହଙ୍ଗା, ସେପଟେ ଛେନା, ପନିର ଉପରେ ରେଡ୍
ପାର୍ବଣରେ ମିଠା ଚାହିଦାକୁ ପୂରଣ କରିପାରିବ ତ ବଜାର?
ଆଗକୁ ମହଙ୍ଗା ହୋଇପାରେ ମିଠା, ଗ୍ରାହକଙ୍କ ପକେଟରେ ପଡ଼ିବ ପ୍ରଭାବ

ଆସୁଛି ରାକ୍ଷୀ ପୂର୍ଣ୍ଣମୀ... ଏହା ପୂର୍ବରୁ ମିଠା ବ୍ୟବସାୟୀ ଓ ସାଧାରଣ ଗ୍ରାହକଙ୍କ ଉପରେ ଦୋହରା ମାଡ଼ । ଗୋଟିଏ ପଟେ ଚିନି ଏବଂ କ୍ଷୀର ଦର ବୃଦ୍ଧି ପାଇବା ଯୋଗୁଁ ମହଙ୍ଗା ହେବାକୁ ଯାଉଛି ମିଠା, ଅନ୍ୟପଟେ ଭେଜାଲ ପନିର ଓ ଛେନା ଉପରେ ଜୋରଦାର ଚଢ଼ାଉ ଯୋଗୁଁ ବଜାରରୁ ଗାଏବ ହୋଇଯାଇଛି ଛେନା-ପନିର । ଓଡ଼ିଶାର 'ରସଗୋଲା ହବ୍' କୁହାଯାଉଥିବା ପାହାଳ ବଜାରରେ ମିଠା ଦାମ୍ ବଢ଼ିବାକୁ ଯାଉଥିବା ବେଳେ, କଟକ ସହରରେ ଅଭାବ ଦେଖାଦେଇଛି ।
ପର୍ବପର୍ବାଣି ଋତୁ ପୂର୍ବରୁ ଚା’ ପିଉଥିବା ଲୋକଙ୍କଠାରୁ ଆରମ୍ଭ କରି ମିଠା ପ୍ରିୟଙ୍କ ପକେଟ୍କୁ ମହଙ୍ଗା ମାଡ଼ । ଓଡ଼ିଶାର ପ୍ରସିଦ୍ଧ ପାହାଳ ମିଠା ବଜାରରେ ଏବେ ରସଗୋଲା ଓ ଛେନାପୋଡ଼ର ଦାମ୍ ବୃଦ୍ଧି ପାଇବାକୁ ଯାଉଛି । ସପ୍ତାହେ ପୂର୍ବରୁ କ୍ୱିଣ୍ଟାଲ ପିଛା ୫ ହଜାର ୫ଶହ ଟଙ୍କା ଥିବା ଚିନି ଦର ଏବେ ବୃଦ୍ଧି ପାଇ ୬ ହଜାର ୮ ଶହ ଟଙ୍କାରେ ପହଞ୍ଚିଛି । ସେହିପରି କ୍ଷୀର ଅଭାବ ଯୋଗୁଁ ଛେନା ଦର କିଲୋ ପ୍ରତି ୨୫ ଟଙ୍କା ବୃଦ୍ଧି ପାଇଛି । ଆଉ ଏଥିପାଇଁ ପରିଚାଳନାଗତ ତ୍ରୁଟିକୁ ଦାୟୀ କରିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସଭାପତି ।
ବଜାର ଉପରେ ମହଙ୍ଗା ମାଡ଼
କ୍ଵିଣ୍ଟାଲ ପିଛା ଚିନି ଦର- ୫ ହଜାର ୫ ଶହ ରୁ ବଢ଼ି ୬ ହଜାର ୮ ଶହ ଟଙ୍କା
୫ ଟଙ୍କିଆ ରସଗୋଲା- ୭ ଟଙ୍କା ହେବା ଆଶଙ୍କା
୧୦ ଟଙ୍କିଆ ରସଗୋଲା ଦର ବଢ଼ି ୧୫ ଟଙ୍କା ହୋଇପାରେ
ଛେନାପୋଡ଼ କିଲୋ ପିଛା ଦର - ୩ ଶହ ୫୦ ରୁ ବୃଦ୍ଧି ପାଇ ୪ ଶହ ଟଙ୍କା ହେବ
ଗୋଟିଏ ପଟେ ଦରଦାମ୍ ବୃଦ୍ଧି ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ କଟକ ମହାନଗର ନିଗମର ଜୋରଦାର ଚଢ଼ାଉ ଯୋଗୁଁ ବଜାରରୁ ଉଭାନ ହୋଇଯାଇଛି ଛେନା ଓ ପନିର । ଅପମିଶ୍ରିତ ପନିର କାରବାର ଉପରେ ବ୍ରେକ୍ ଲଗାଇବାକୁ ପ୍ରଶାସନ ଅଣ୍ଟା ଭିଡ଼ିବା ପରେ, ଅସାଧୁ ବ୍ୟବସାୟୀଙ୍କ ଭିତରେ ଭୟ ବଢ଼ି ଯାଇଛି । ଯେଉଁ ଦୋକାନୀ ଦିନକୁ ୧୫ ରୁ ୨୦ କିଲୋ ପନିର ବିକ୍ରି କରୁଥିଲେ, ଏବେ ତାଙ୍କ ପାଖରେ ମାତ୍ର ୧ ରୁ ୨ କିଲୋ ପନିର ମିଳୁଛି । ବ୍ୟବସ୍ୟାୟୀଙ୍କ କହିବା ହେଲା ଛେନା, ପନିର ଉପରେ ଚଢାଉ ପରେ ଆଉ ଛେନା ବ୍ୟବସ୍ୟାୟୀ ଦୁଇଦିନ ହେଲା କଟକ ସହରକୁ ଆସୁନାହାନ୍ତି । ଫଳରେ ଛେନା ଓ ପନିର ଅଭାବ ହେଲାଣି । ଯାହା ସିଧାସଳଖ ମିଠା ବ୍ୟବସାୟକୁ ପ୍ରଭାବିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାର୍ବଣ ପୂର୍ବରୁ ମିଠା ବଜାରରେ ଏହି ଦୋହରା ସଙ୍କଟ ଗ୍ରାହକଙ୍କ ସହ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଗୋଟିଏ ପଟେ ଚିନି ଓ କ୍ଷୀରର ମହଙ୍ଗା ମାଡ଼, ଆଉ ଅନ୍ୟପଟେ ଭେଜାଲ କାରବାର ଉପରେ ପ୍ରଶାସନର କଡ଼ା ନଜର । ସରକାର କେବେ ଚିନି ଯୋଗାଣ ସୁପରିଚାଳନା କରୁଛନ୍ତି ଓ ଶୁଦ୍ଧ କ୍ଷୀର ଜାତୀୟ ସାମଗ୍ରୀ ବଜାରରେ ଉପଲବ୍ଧ କରାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।
Related Topics
Explore more stories