Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜ୍ୱର ୧୦୨, ପାଣି ଢାଳି କରାଯାଉଛି ଚିକିତ୍ସା

Manini Pattanayak
Browse all articles by Manini Pattanayak
·2 years ago·2 min read
ଜ୍ୱର ୧୦୨, ପାଣି ଢାଳି କରାଯାଉଛି ଚିକିତ୍ସା

ରାୟଗଡା :  ଜ୍ଵର ୧୦୨, ଏହା ପରେ ଏମିତି ପାଣି ଢଳା ହେଉଛି । ଜ୍ଵର କମିଯିବା ପାଇଁ ଏଭଳି ଚାଲିଛି ଚିକିତ୍ସା । ଇଚ୍ଛା ନଥିଲେ ବି ଉପାୟ ବି କିଛି ନାହିଁ । ସେଇଥି ଲାଗି ତ ଏମିତି  ଚିକିତ୍ସା କରିବା ପାଇଁ ବାଧ୍ୟ ହେଉଛନ୍ତି ଗାଁ ଲୋକେ । କାରଣ ଏଠାରେ ପହଞ୍ଚିପାରିନି ସ୍ୱାସ୍ଥ୍ୟସେବା। ରାଜ୍ୟ ସରକାର କିନ୍ତୁ ଡିଣ୍ଡିମ ପିଟୁଛନ୍ତି ବିକାଶର ଓଡ଼ିଶା ବୋଲି।  ହେଲେ ଏ ଚିତ୍ର ସ୍ପଷ୍ଟ ବୟାନ କରୁଛି ବିକାଶ କେତେଦୂର ହୋଇଛି।

ବିକାଶ ଏଠାରେ ସାତ ସପନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସହିତ ଗମନା ଗମନ ଯାହା ଜୀବନ ଜୀବିକାରେ ନିତ୍ୟାନ୍ତ ଆବଶ୍ୟକ।  ଏସମସ୍ତ ମୌଳିକ ସୁବିଧା ଏମାନଙ୍କ ଠାରୁ କୋଷେ ଦୂରରେ  ଗ୍ରାମବାସୀ।   ସେହିପରି ଜଳ,ଚୁଆ ଓ ଝରଣା ପାଣିରେ ଶୋଷ ମେଣ୍ଟାଉ ଛନ୍ତି ଲୋକେ। ଉଜlଗୁଡା,ହୁଲୁକି ଓ ପଦକାପlଡୁ ଏହି ତିନି ଗ୍ରାମରେ ୧୦୦ ପରିବାର ସହିତ  ୫୦୦ସ ସହରୁ ଉର୍ଦ୍ଧ୍ଵ ଲୋକ ବସ ବାସ କରନ୍ତି। କିନ୍ତୁ ଏଠି ରାଜ୍ୟ ସରକାରଙ୍କ ର ସମସ୍ତ ମୌଳିକ ସୁବିଧା ଲୋକଙ୍କ ପାଖରେ ଅପହଞ୍ଚ, ଲୋକେ ଦୁର୍ଦ୍ଦିନରେ କଳାକାଟୁ ଛନ୍ତି ଏଠାରେ। ଯଦି ଶିକ୍ଷା କଥା କହିବା  ଏଠାକାର 99 ଭାଗ ଲୋକେ ଓଡ଼ିଆ କହି ପାରନ୍ତି ନାହିଁ।  କେବଳ ସେମାନଙ୍କର ମୂଳ ଭାଷାରେହିଁ କଥା ହୋଇଥାନ୍ତି।  ଅଙ୍ଗନ ବାଡ଼ି କେନ୍ଦ୍ର ଅଛି କିନ୍ତୁ  ପଢା ଯାଉନି ପାଠ। ପୁଷ୍ଟିକର ଖାଦ୍ୟରୁ  ବଞ୍ଚିତ ହେଉଛନ୍ତି ଶିଶୁ। ଦୀର୍ଘ ବର୍ଷ ହେବ ତିନୋଟି ଗାଁ ନିମନ୍ତେ 2ଟି ଗାଁରେ ସ୍କୁଲ ଥିଲା ପିଲା ସଂଖ୍ୟା କମ ଦେଖାଇ 10 ବର୍ଷ ପୂର୍ବରୁ ବନ୍ଦ କରିଦେଲେ ରାଜ୍ୟ ସରକାର। ,ଯାହା  ଦ୍ୱାରା 3ଗାଁର ୪୫ ପିଲା ଏବେ ନିରକ୍ଷର।   

ଗାଁକୁ ରାସ୍ତା ଖଣ୍ଡେ ନଥିବା କାରଣରୁ ଏଠାକୁ ନା ଆସନ୍ତି କୌଣସି ମେଡ଼ିକାଲ ଟିମ ନା ଆସେ ଆମ୍ବୁଲାନ୍ସ।  ଦେହପା ହେଉ କି ପୃଶୁତି ମା ମାନେ ଅନେକ ସମୟରେ ଏଠାରେ ନିଜର ଜନ୍ମିତ ସନ୍ତାନକୁ ହରାନ୍ତି।   ଗାଁର ସମସ୍ୟାକୁ ନେଇ ଗ୍ରାମବାସୀ ବର୍ତ୍ତମାନର ଆଇନ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସରକା, ବିଧାୟକ ମକରନ୍ଦ ମୁଦୁଲି ଓ ଜିଲ୍ଲା ପାଳଙ୍କୁ ଅଭିଯୋଗ  କରିଥିଲେ ବି  କେହି କର୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସି।  ଏହି ଦୁର୍ଗମ ଇଲାକାରେ କେବେ ପଡିନି ନେତା ମନ୍ତ୍ରୀଙ୍କ ପାଦ। , ଦୁର୍ଗମରେ ଅଭିଶପ୍ତ ଜୀବନ ଜୀଉଛନ୍ତି ଅଞ୍ଚଳ ବାସୀ।ରାଜ୍ୟ ସରକାରଙ୍କ ର ୨୫ ବର୍ଷ ଶାସନ ପରେ ମଧ୍ୟ ସମସ୍ତ ମୌଳିକ ସୁଖ ସୁବିଧାରୁ ବଞ୍ଚିତ ଲୋକେ।    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ  : 
 

Sponsored
Fever 102, water is being treated in rayagada | Argus News