ଫିଲ୍ମ ଷ୍ଟାଇଲରେ ଷଡ଼ଯନ୍ତ୍ର: ନିଜ ଜାଲରେ ନିଜେ ଫସିଲେ ଯୁବକ

Key Points
ସତ ଗୁଳିକାଣ୍ଡ ମିଛ ନାଟକ
ଫିଲ୍ମ ଷ୍ଟାଇଲରେ ଷଡ଼ଯନ୍ତ୍ର
ନିଜ ଜାଲରେ ନିଜେ ଫସିଲେ ଯୁବକ
ନିଜକୁ ଗୁଳି କରି ଅନ୍ୟକୁ ଫସେଇବାକୁ କରିଥିଲେ ଚାଲ୍
ଗତକାଲି ବାଲିପାଟଣା ଅଞ୍ଚଳରେ ଗୁଳିକାଣ୍ଡ ଘଟଣା ବେଶ ଚର୍ଚାର ବିଷୟ ପାଲଟିଥିଲା । ଆଜି ସାମ୍ନାକୁ ଆସିଛି ଗୁଳିକାଣ୍ଡର ଅସଲ ସତ । ଗୁଳି ମାଡ଼ରେ ଆହତ ଦୀପ୍ତି ନିଜେ ନିଜକୁ ଗୁଳି ମାଡ଼ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପ୍ରତି ପକ୍ଷକୁ ଆଇନ ର ଜାଲରେ ଫଷେଇବାକୁ ଯୋଜନା ବଦ୍ଧ ଭାବେ ଏପରି କରିଥିବା ତଦନ୍ତରୁ ଜଣାପଡିଛି । ଘଟଣାରେ ମୁଖ୍ୟ ଖଳନାୟକ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ସମେତ ଅମରେଶ ପ୍ରଧାନ ଏବଂ ତୋଫାନ ବିଶୋଇଙ୍କୁ ମଧ୍ୟ ଗିରଫ କରିଛି ବାଲିପାଟଣା ପୋଲିସ । ଅଭିଯୁକ୍ତଙ୍କଠାରୁ ଗୋଟିଏ ବନ୍ଧୁକ, 4ଟି ଜୀବନ୍ତ ଗୁଳି ଏବଂ ମୋବାଇଲ ଜବତ କରିଛି ପୋଲିସ ।
୨୦୨୪ ମସିହାରେ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା ଦୀପ୍ତି ରଞ୍ଜନ ମହାପାତ୍ର । ମହିଳା ଥାନା ପୋଲିସ ଅଭିଯୁକ୍ତ ଦୀପ୍ତି ରଞ୍ଜନ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜେଲରୁ ଜାମିନରେ ମୁକୁଳିବା ପରେ ଏଭଳି ସୈତାନି ଦିମାକ ଲଗାଇଥିଲା ଅଭିଯୁକ୍ତ । ଦୁଷ୍କର୍ମ ପୀଡିତାଙ୍କ ପରିବାର ଲୋକଙ୍କୁ ଫସେଇବା ପାଇଁ ଏଭଳି ଷଡ଼ଯନ୍ତ୍ର କରିଥିବା କହିଛନ୍ତି ଡିସିପି । ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗୁଳି ମାଡ଼ କରି ଦୁଇଜଣ ଦୁର୍ବୁତ୍ତ ବାଇକରେ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ସନ୍ଦୀପ ମହାପାତ୍ର ଏବଂ ରାଜକିଶୋର ବେହେରା ଦିପ୍ତୀଙ୍କୁ ଗୁଳି କରିଥିବା ମିଥ୍ୟା ଅଭିଯୋଗ ଆଣିଥିଲେ ଦୀପ୍ତି।
ଫିଲ୍ମ ଷ୍ଟାଇଲରେ ରଚିଥିବା ଷଡ଼ଯନ୍ତ୍ରର ହୋଇଛି ଭାଣ୍ଡାଫୋଡ଼। ଆର୍ମସ ଆକ୍ଟ ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଏବେ ଘଟଣାର ତଦନ୍ତ କରୁଛି ବାଲିପାଟଣା ଥାନା ପୋଲିସ ।