Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ମରାମତି ନେଇ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

Smruti Parija
Browse all articles by Smruti Parija
·1 year ago·1 min read
ରତ୍ନଭଣ୍ଡାର ମରାମତି ନେଇ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ପୁରୀ: ଆଜି ଛତିଶାନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନ 5ଟା30ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ଛତିଶାନିଯୋଗ ବୈଠକ । ରତ୍ନଭଣ୍ଡାର ମରାମତି ନେଇ ତାରିଖ ଓ କେତେ ଘଣ୍ଟା ଏଏସଆଇ ରତ୍ନଭଣ୍ଡାର ମରାମତି କରିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆସନ୍ତା 16 ତାରିଖ ଠାରୁ ଶ୍ରୀଜୀଉଙ୍କ ପହିଲିଭୋଗ ନୀତି ଆରମ୍ଭ ହେବାକୁ ଥିବାରୁ ରତ୍ନଭଣ୍ଡାର ମରାମତି ପାଇଁ ଏହା ଉଚିତ୍‌ ସମୟ ବୋଲି କୁହାଯାଉଛି ।  

ଶ୍ରୀଜୀଉଙ୍କ ପହିଲିଭୋଗ ପାଇଁ ନୀତିନିର୍ଘଣ୍ଟ ହେବାସହ ଆସନ୍ତା ଜାନୁୟାରୀ 13 ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଛତିଶାନିଯୋଗ ବୈଠକରେ ଆଲୋଚନା ହେବ । ଏହାସହ ଆସନ୍ତା ଜାନୁଆରୀ 14 ତାରିଖରେ ମକରସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ବୈଠକରେ ଛତିଶାନିଯୋଗ ମହାନାୟକଙ୍କ ସମେତ ସମସ୍ତ ନିଯୋଗର ସେବକ ପ୍ରତିନିଧି, ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,ଏସପି, ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Final decision to be taken on renovation of Ratnabhandar | Argus News