Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଣନ୍ତୁ ଆଜିର ତାଜା ଖବର, ସଂକ୍ଷେପରେ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଜାଣନ୍ତୁ ଆଜିର ତାଜା ଖବର, ସଂକ୍ଷେପରେ...

୧- ଆଜିଠୁ ଆରମ୍ଭ ଭିତରକନିକାରେ ଡଲଫିନ ଗଣନା । ଆଜି ଓ ଆସନ୍ତାକାଲି ୨ ଦିନ ଧରି ହେବ ଡଲଫିନ ଗଣନା କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଭୋପୀନାଥ ଯାଦବ ।
୨-ଆଜି ମହାକୁମ୍ଭ ମେଳାକୁ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସଂଗମରେ ସ୍ନାନ ପରେ ରହିଛି ଅନ୍ୟାନ୍ୟ କାର୍ଯ୍ୟକ୍ରମ ।
୩-ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସାରା ବିଶ୍ବରୁ ୫୦୦ରୁ ଅଧିକ ଫର୍ଚୁନ୍ କମ୍ପାନିର ପ୍ରତିନିଧିଙ୍କ ସହ ଯୋଗଦେବେ ଯୋଗ ଦେବେ 50 ହଜାର ଶିଳ୍ପ ପ୍ରତିନିଧି ।
୪- ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର କାରିଅପ୍ପା ପରେଡ ଗ୍ରାଉଣ୍ଡରେ ଅପରାହ୍ନ ୪ଟା ୩୦ରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିକୁ ସମ୍ବୋଧନ କରିବେ ମୋଦି ।
୫- ମାର୍ଚ୍ଚ 8 ମହିଳା ଦିବସରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା...କଟକ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
୬- ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ । ଦେଶର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିଛି ଉତ୍ତରାଖଣ୍ଡ । ବାହାଘରର ପଞ୍ଜୀକରଣ ହେବ ବାଧ୍ୟତାମୂଳକ ।
୭- ଆର୍‌ଜି କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀ ସଞ୍ଜୟ ରାୟକୁ ଫାଶୀ ଦେବାକୁ କୋର୍ଟରେ ଆବେଦନ କରିଛି CBI । ଆଜି ଏନେଇ କୋଲକାତା ହାଇକୋର୍ଟରେ ହେବ ଶୁଣାଣି ।
୮- ଆମେରିକା ଆନ୍ତର୍ଜାତୀୟ ବିକାଶ ସଂସ୍ଥାର ବଡ଼ ନିଷ୍ପତ୍ତି । ବାଂଲାଦେଶକୁ ସମସ୍ତ ସହାୟତା ଏବଂ ପ୍ରକଳ୍ପ ବନ୍ଦ କରିବାକୁ ନିର୍ଦ୍ଦେଶ । ଓ୍ବାର୍କ ଅର୍ଡର, ଚୁକ୍ତିନାମା ଏବଂ କ୍ରୟ ପ୍ରକ୍ରିୟା ଉପରେ ଲାଗିଲା ରୋକ ।
୯- ମହାରାଷ୍ଟ୍ର ପୁଣେରେ ଗୁଇଲେନ୍ ବ୍ୟାରେ ସିଣ୍ଡ୍ରୋମ (GBS) ଆତଙ୍କ । ଗୋଟିଏ ସପ୍ତାହ ମଧ୍ୟରେ ଏଥିରେ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା। ଏପର୍ଯ୍ୟନ୍ତ ଜଣଙ୍କର ହୋଇଛି ମୃତ୍ୟୁ ।
୧୦- ଉତ୍ତର ପଶ୍ଚିମ ଓଡ଼ିଶାରେ ତଳ ମୁହାଁ ପାରଦ । ରାଉରକେଲା ଓ ଝାରସୁଗୁଡାରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ରେକର୍ଡ । ପଶ୍ଚିମାଝଡ଼ ଅପସାରଣ ପରେ ଅନେକ ସ୍ଥାନରେ 2 ରୁ 3 ଡିଗ୍ରୀ ଖସିଛି ପାରଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Find out today's breaking news, in a brief | Argus News