Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ମକର ସଂକ୍ରାନ୍ତିରେ କଣ କହୁଛି ଆପଣଙ୍କ ରାଶିଫଳ... ଜାଣିନିଅନ୍ତୁ

Ritu Das
Browse all articles by Ritu Das
·1 year ago·3 min read
ଆଜି ମକର ସଂକ୍ରାନ୍ତିରେ କଣ କହୁଛି ଆପଣଙ୍କ ରାଶିଫଳ... ଜାଣିନିଅନ୍ତୁ

ଅର୍ଗସ ବ୍ୟୁରୋ: ଆଜି ମକର ସଂକ୍ରାନ୍ତିରେ ଆପଣ ଆପଣଙ୍କ ରାଶିଫଳକୁ ନେଇ ଚିନ୍ତିତ କି? ତେବେ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ତୁରନ୍ତ ପଢ଼ିନିଅନ୍ତୁ ଆପଣଙ୍କ ରାଶିଫଳ
ମେଷ-
କୌଣସି ସହପାଠୀ ଆପଣଙ୍କର ସାହାଯ୍ୟ ଆଶା କରିପାରନ୍ତି । ଇଲେକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି। ଶାରିରୀକ ପୀଡା ଦୁଶ୍ଚିନ୍ତାର କାରଣ ହୋଇପାରେ । ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ। ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଠାକୁରଙ୍କ ଚନ୍ଦନକୁ କପାଳରେ ଲଗାନ୍ତୁ
ବୃଷ-
ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଆପଣଙ୍କ ସ୍ୱଭାବ ଆଖପାଖର ବାତାବରଣକୁ ମଜାଦାର କରିବ । ମହିଳା ମାନେ ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ
ମିଥୁନ-
କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ ପିତା ମାତା ନିଜ ସନ୍ତାନଙ୍କ ବିବାହ ପାଇଁ ଯୋଜନା କରି ପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତା ଯୋଗୁଁ କାମ ଗୁଡିକ ସହଜ ହେଇଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦତ୍ତାତ୍ରେୟଙ୍କର ପୂଜା କରନ୍ତୁ
କର୍କଟ-
କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସ୍ବକୀୟ ଚେଷ୍ଟାବଳରେ ପରିବାର ଓ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ନୂତନ ବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ
ସିଂହ-
ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶୀଘ୍ର ବୁଝିନେବେ। ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞ୍ଛିତ ଅଭିଳାଷ ପୂରଣ ହେବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗୀଙ୍କର ପୂଜା କରନ୍ତୁ
କନ୍ୟା-
ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ । ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟରେ ଲାଭ ହେବ। କୌଣସି କାମ ଆରମ୍ଭ କରି ଅବଶ୍ୟ ସଫଳତା ପାଇବେ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ପାଣିରେ କିଛି ଲୁଣ ପକାଇ ଘରକୁ ପୋଛନ୍ତୁ
ତୁଳା-
ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ଅଧିକାରୀ ମାନଙ୍କ ସହିତ ବିଶେଷ ମାମଲାରେ କଥାବାର୍ତ୍ତା ହେବେ। କୌଣସି କଥାକୁ ନେଇ ଆପଣ ଉତ୍ସାହିତ ରହିବେ । ଚାକିରି ବୃତ୍ତିରେ ଭଲ ଶୁଭ ଖବର ପାଇବେ । ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଫୁଲ ଦିଅନ୍ତୁ
ବିଛା-
ସନ୍ତାନ ମଧ୍ୟରେ ବ୍ୟତିକ୍ରମ ଘଟିବାର ଆଶଙ୍କା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ । ସତକଥା କହିବାକୁ ଯାଇ ଅନ୍ୟ ଆଗରେ ଦୋଷୀ ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ସହିତ କିଛି ଅର୍ଥ ସଞ୍ଚୟ କରି ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଦୂର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ରାଜନୀତିରେ ଚାପରେ ଗତିକରିବେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କୁ ଆରଧନା କରନ୍ତୁ
ମକର-
ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ । ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର କରିବେ । ନୂଆ କଳାକୌଶଳ ଶିଖିବାକୁ ସୁଯୋଗ ମିଳିବ। ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା' ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ସାଂସାରିକ ସ୍ୱାଧୀନତା ରହିବ । ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ । ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ । କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଦେଖାଦେବ । ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ । କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଅସହ୍ୟ ଲୋକଙ୍କୁ ସାହାଯ୍ୟ କରନ୍ତୁ
ମୀନ-
କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ। ଆର୍ଥିକ ପରିସ୍ଥିତିରେ ଉନ୍ନତି ସଙ୍ଗକୁ କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ପାରିବାରିକ ସମସ୍ୟାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Find out what your horoscope says today in horoscope | Argus News