Videos
|
Odisha

ଚନ୍ଦ୍ରରେ ଜଳର ସନ୍ଧାନ !

Rashmita Mishra
Browse all articles by Rashmita Mishra
·1 year ago·1 min read
ଚନ୍ଦ୍ରରେ ଜଳର ସନ୍ଧାନ !

ଅର୍ଗସ ବ୍ୟୁରୋ: ଚନ୍ଦ୍ରରେ ଜଳର ସନ୍ଧାନ । ପୃଥିବୀର ଏକମାତ୍ର କୃତ୍ରିମ ଉପଗ୍ରହ ଚନ୍ଦ୍ରପୃଷ୍ଠର ଚାରିଆଡ଼େ ବିକ୍ଷିପ୍ତ ଭାବରେ ଜଳକଣା ଭରିରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଗବେଷକମାନଙ୍କର ଏହି ନୂତନ ନିଷ୍କର୍ଷ ଚନ୍ଦ୍ରପୃଷ୍ଠରେ ଲୋକମାନେ ରହିବାର ଆଶା କରିଛନ୍ତି ।  ଚନ୍ଦ୍ରକୁ ଯାଇଥିବା ମହାକାଶଯାନ ‘ଚନ୍ଦ୍ରଯାନ-୧’ ୨୦୦୮ ଓ ୨୦୦୯ ମସିହା ଭିତରେ ପଠାଇଥିବା ଚନ୍ଦ୍ରର ଉଭୟ ନିକଟତମ ଓ ଦୂରତମ ପାର୍ଶ୍ବର ଖଣିଜ ମାନଚିତ୍ରରୁ ଏହି ତଥ୍ୟ ମିଳିଛି। ଏପରିକି ଚନ୍ଦ୍ରର ବିଷୁବରେଖା ପରି ଉଷ୍ମତମ ଇଲାକା, ଯେଉଁଠି ଜଳଅଣୁ ମିଳିବାର ସମ୍ଭାବନା କମ୍ , ସେଠାରେ ମଧ୍ୟ ଭରପୂର ଜଳକଣା ରହିଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଚନ୍ଦ୍ରର ମେରୁ ଅଞ୍ଚଳରେ ଅବସ୍ଥିତ ଗଭୀର ଗାତରେ ପ୍ରଚୁର ଜଳ ଅଛି ବୋଲି ଅନୁମାନ କରାଯାଉଥିଲା। ଏଥିରୁ ସ୍ପଷ୍ଟ ଯେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ପାଇଁ ଚନ୍ଦ୍ରରେ ଥିବା ପଥର ଗୁଡ଼ିକୁ ଉତ୍ତପ୍ତ କରି ସେଥିରୁ ଜଳ ସଂଗ୍ରହ ହୋଇପାରିବ ବୋଲି ଆଶା କରାଯାଉଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Finding water on the moon! | Argus News