Videos
|
Odisha

ପାଣ୍ଡିଆନଙ୍କୁ ନେଇ ଥାନାରେ ଏତଲା, ଗିରଫ ନହେବା ଯାଏଁ ଚାଲିବ ଆନ୍ଦୋଳନ

Smruti Parija
Browse all articles by Smruti Parija
·2 years ago·2 min read
ପାଣ୍ଡିଆନଙ୍କୁ ନେଇ ଥାନାରେ ଏତଲା, ଗିରଫ ନହେବା ଯାଏଁ ଚାଲିବ ଆନ୍ଦୋଳନ

Key Points

  • ପାଣ୍ଡିଆନଙ୍କୁ ନେଇ ଥାନାରେ ଏତଲା
  • ଗିରଫ ନହେବା ଯାଏଁ ଚାଲିବ ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ବେଳକାଳ ଠିକ୍‌ ନାହିଁ । କାରଣ ଯେଉଁପରି ଭାବରେ ବିଜେଡି ମାଟି କାମୁଡ଼ିଲା ତାହା ଲାଗି କେବଳ ତାମିଲବାବୁ ହିଁ ଦାୟୀ ବୋଲି ଖୋଦ ଦଳର ନେତା କହିଲେଣି । ନିଜେ ବୁଲିବୁଲି କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଲେ, ଶେଷରେ ବୁଲିବା ଲାଗି ଦିଲ୍ଲୀ ପଳାଇଗଲେ । ଭାବିଥିଲେ ସେଇଠି ଯାଇ ଆରାମ କରିବେ । ହେଲେ ସ୍ଥିତି ମୋଡ ବଦଳାଇଦେଲା । କାରଣ ଦିଲ୍ଲୀରେ ନୁହେଁ ଏବେ ବାବୁ ଆରାମ କରିବେ ଜେଲ୍‌ରେ ।  

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଦୁର୍ନୀତି ସହ ରାଜ୍ୟରେ ବିଭିନ୍ନ ବିଭାଗରେ ଦୁର୍ନିତିରେ ଜଡିତ ଅଛନ୍ତି ପାଣ୍ଡିଆନ ଦମ୍ପତି । ସେଥିପାଇଁ ତାଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ଏତଲା ଦାଖଲ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଓଡିଶାକୁ ଲୁଟ୍ କରିଥିବା ପାଣ୍ଡିଆନ କାଳିଆ ସାଆନ୍ତଙ୍କୁ ଦୁଆରେ ଦୁଆରେ ଭିକ ମଗେଇଛନ୍ତି । ତେଣୁ ସେ ଜେଲ୍ ନଯିବା ପର୍ଯ୍ୟନ୍ତ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ । ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ବିଜେଡିର ପରାଜୟ ପରେ ଗତକାଲି ପ୍ରଥମ ଥର ସାମ୍ନାକୁ ଆସିଥିଲା ଭି. କେ ପାଣ୍ଡିଆନଙ୍କ ଫଟୋ । ପାଣ୍ଡିଆନ ବିମାନରେ ବସିଥିବା ଫଟୋ ସାମ୍ନାକୁ ଆସିବା ପରେ କୁହାଯାଉଛି ବୁଧବାର ରାତିରେ ଦିଲ୍ଲୀ ପଳାଇଛନ୍ତି ଭି.କେ ପାଣ୍ଡିଆନ୍‌ । ଦିଲ୍ଲୀରେ ପୂର୍ବରୁ ଡିଏସ କୁଟ୍ଟେ ଥିବାବେଳେ ତାଙ୍କ ସହ କିଛି ଆଲୋଚନା କରୁଥିବା ନେଇ ଚର୍ଚ୍ଚା ହେଉଛି । ଖାଲି ଏତିକି ନୁହେଁ ବିଜେଡି ବୈଠକରେ ସେ ଯୋଗ ନଦେବା, ନବୀନ ନିବାସ ଲାଇଟ ବନ୍ଦ କରି ବାହାରି ଯାଇଥିବା ଭଳି ଏପରି ଅନକେ ଚର୍ଚ୍ଚା ହେଉଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା, କୋଟି କୋଟି ଟଙ୍କା ଦୁର୍ନୀତି କରି ପାର ହେବାକୁ ବସିଥିଲେ ପାଣ୍ଡିଆନ । ହେଲେ ସେ ଟଙ୍କା ଓଡ଼ିଆଙ୍କର ହୋଇଥିବାରୁ ପ୍ରତିଟି ଓଡ଼ିଆ ଅସନ୍ତୋଷ ଝାଡିବା ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋର ଧରିଲାଣି ଦାବି ।
 

fir-against-vk-pandian | Argus News