Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା : ନିର୍ବାଚନକୁ ପ୍ରଭାବିତ କରିବାକୁ ୩୦୦ କୋଟି ଉଡାଇଛନ୍ତି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା : ନିର୍ବାଚନକୁ ପ୍ରଭାବିତ କରିବାକୁ ୩୦୦ କୋଟି ଉଡାଇଛନ୍ତି

Key Points

  • ପାଣ୍ଡିଆନଙ୍କ ନାଁରେ ଥାନାରେ ଏତଲା
  • ନିର୍ବାଚନକୁ ପ୍ରଭାବିତ କରିବାକୁ ୩୦୦ କୋଟି ଉଡାଇଛନ୍ତି
  • କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କ୍ୟାପିଟାଲ ଥାନାରେ ମାମଲା

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କୁ ନେଇ ଥମୁନି ବିବାଦ । ନିର୍ବାଚନ ବେଳେ ଯେଉଁପରି ଭାବରେ ଚପ୍ପରରେ ପୁରା ରାଇଜକୁ ଚକ୍କର କାଟିଲେ ତାହା ପୁରା ରାଇଜ ଦେଖିଲା । ଅବଶ୍ୟ ବାବୁଙ୍କ ଗସ୍ତରେ କୋଟି କୋଟି ଟଙ୍କା ରାଜସ୍ଵ ନଷ୍ଟ ହେଉଥିବାରୁ ଏହାକୁ ବିରୋଧ କରାଯାଇଥିଲା । ହେଲେ ବି ସରକାର ଥିବାରୁ ବାବୁ କାହାକୁ ଡରି ନଥିଲେ କି ଖାତିର କରିନଥିଲେ । ନିର୍ବାଚନରେ ବିଜେଡି ହାରିବା ପରେ ପାଣ୍ଡିଆନଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଏହାରି ଭିତରେ ତାଙ୍କ ନାଁରେ ମାମଲା ବି ରୁଜୁ ହେଲାଣି । ତେଣୁ ଆଗାମୀ ଦିନରେ ପାଣ୍ଡିଆନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଜି କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍‌ଙ୍କ ନାଁରେ ଏତଲା ହୋଇଛି । ଏକ କିମ୍ବା ଦୁଇ କୋଟି ନୁହେଁ ବରଂ ନିର୍ବାଚନକୁ ନିଜ ଆଡକୁ ପ୍ରଭାବିତ କରିବାକୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭିକେ ପାଣ୍ଡିଆନ । ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି ।  ଅଭିଯୋଗ ଅନୁସାରେ ନିର୍ବାଚନ ସମୟରେ ସରକାରୀ ଅର୍ଥ ଅପବ୍ୟବହାର, ସରକାରୀ ଆଇନ ଉଲଂଘନ କରୁଥିଲେ ଭିକେ ପାଣ୍ଡିଆନ ।  କୋଟି କୋଟି ଟଙ୍କା ମାଫିଆଙ୍କ ଠାରୁ ଆଦାୟ କରି ସେସବୁ ଖର୍ଚ୍ଚ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜଛି ।  ଏହି ଦୃଷ୍ଟିରୁ ଏକ କମିଟି ଗଠନ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁଧୀର ଦାବି କରିଛନ୍ତି ।

ମୋଟ୍‌ ଉପରେ, ତାମିଲବାବୁ ଓଡ଼ିଶାର ରାଜସ୍ଵକୁ ନଷ୍ଟ କରିବାକୁ ସତେ ଯେମିତି ପଣ କରିଥିଲେ । ସେଇଥି ଲାଗି ତ ପୁରା ମୁଖ୍ୟମନ୍ତ୍ରୀଙ୍କ ଷ୍ଟାଇଲରେ କରିଥିଲେ ପଲିଟିକାଲ ଲଂଚ । ସୂଚନା ଅନୁସାରେ, ସରକାରୀ ଟଙ୍କା ଖର୍ଚ୍ଚ କରି କରାଯାଇଥିବା ପାଣ୍ଡିଆନଙ୍କ ପଲିଟିକାଲ ଲଚିଂରେ ହୋଇଥିଲା ବଡ ଧରଣର ପିସି କାରବାର । ଦୁର୍ନୀତି ଟଙ୍କାରେ ବିଜେଡି ଖାତାକୁ ନିର୍ବାଚନୀ ଚାନ୍ଦା ଯୋଗାଇଥିଲେ ପିସି ଖିଆ ଅଫିସର । କୋଟି କୋଟି ଟଙ୍କା ରାଜ୍ୟ ରୋଜକୋଷରୁ ହୋଇଥିଲା ହରିଲୁଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବ୍ୟକ୍ତିଗତ କାମରେ ହେଲିକପ୍ଟର ବୁଲାଇବା ସହ ହେଲିପ୍ୟାଡ୍  ନିର୍ମାଣରେ ବି ଦୁର୍ନୀତି କରାଇଥିଲେ ଭି.କେ ପାଣ୍ଡିଆନ୍ । ସରକାରରେ ଥିବା ବେଳେ ଏକଥାକୁ ଘଂଟା ଘଉଡାଇଥିଲେ ତତ୍କାଳୀନ ସରକାର । ହେଲେ ଏବେ ସରକାର ବଦଳିବା ପରେ ପରିବହନ ବିଭାଗ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଖୋଳତାଡ ଗୋଟିଏ ପରେ ଗୋଟିଏ ଗୁମର  ସାମନାକୁ ଆସୁଛି । ବାଲେଶ୍ଵରରୁ ବାଙ୍ଗିରିପୋଷି, ଦେବଗଡରୁ ଦିଗପହଣ୍ଡି । ଏ ସବୁ ଜାହାରେ ଗୋଟିଏ ଗୋଟିଏ  ହେଲପ୍ୟାଡ ପାଇଁ ସରକାରୀ ତହବିଲରୁ ପ୍ରାୟ ୫ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ଟଙ୍କା । ଯେଉଁ ଅସ୍ଥାୟୀ ହେଲିପ୍ୟାଡ ତିଆରି ହୋଇଥିଲା ସେଥିରୁ ଅଧା ବିଜେଡି ଠିକାଦାର ମାଧ୍ୟମରେ ଦଳୀୟ ପାଣ୍ଠି ଟଙ୍କା ଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଏତିକିରେ ସରିନି ବରଂ ପୁରା ରାଜ୍ୟରେ ପାଣ୍ଡିଆନଙ୍କ ପଲିଟିକାଲ ଲଂଚି ପାଇଁ  ୪୫୦ ହେଲିପ୍ୟାଡ ତିଆରି ହୋଇଥିଲା । ଯେଉଁଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି ।  ଆଉ ଏବେ ଥାନାରେ ମାମଲା ରୁଜୁ ହୋଇଥିବାରୁ ପାଣ୍ଡିଆନଙ୍କ ଲାଗି ଅଡୁଆ ବଢିବା ନେଇ ଚର୍ଚ୍ଚା ବଢିଛି ।
 

Sponsored
VK Pandian | Argus News