ଏଥର ଗିରଫ ହୋଇ ପାରନ୍ତି ନାଣ୍ଡୁ ବାବୁ

Key Points
ନାଣ୍ଡୁ ବାବୁଙ୍କ ପିଛା ଛାଡୁନି ବିବାଦ
ଗୋଟିଏ ପରେ ଗୋଟିଏ ଆସୁଛି ଅଭିଯୋଗ
ନାଣ୍ଡୁ ବାବୁ ପ୍ରୋଯୋଜକ ନା ଖଳନାୟକ
ଯାତ୍ରା ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ଧଳଙ୍କ ନାଁରେ ମାମାଲା ରୁଜୁ। ବକେୟା ଟଙ୍କା ମାଗିବାରୁ ଯାତ୍ରା କଳାକାର ବାପି କୁମାରଙ୍କ ସାମ୍ନାରେ ତାଙ୍କ ପତ୍ନୀ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କୁ ମାଡ ମାରିଥିବା ଅଭିଯୋଗ ରହିଛି। ଏନେଇ ରବିବାର ମହିଳା ଥାନାରେ ଅଭିଯୋଗ କରିଥିଲେ ମାମୁନି ଓ ତାଙ୍କ ସ୍ୱାମୀ। ଅଭିଯୋଗ ପରେ ମାମଲା ରୁଜୁ କରିଛି ମହିଳା ଥାନା ପୋଲିସ। ଜିରୋ FIR ରେ ମାମଲା ରୁଜୁ କରି ବାଲିଆପାଳ ଥାନାକୁ ଟ୍ରାନ୍ସଫର କରିଛି ମହିଳା ଥାନା ପୋଲିସ।
୨୦୨୪-୨୫ ବର୍ଷରେ ଯାତ୍ରା ମାଲିକଙ୍କ ଠାରୁ ଉଭୟ ସ୍ୱାମୀ ସ୍ତ୍ରୀ ଟଙ୍କା ପାଇ ନାହାନ୍ତି। ଟଙ୍କା ମାଗିବାରୁ ମାଲିକ ଲୋକ ଲଗେଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏମିତିକି ଗାଡ଼ି ପୋଡ଼ିଦେବା, ଦୁଷ୍କର୍ମ ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଥିଲେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ।
📱 Get Argus News App
✨ତୁଳସୀ ଯାତ୍ରାପାର୍ଟି ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ନାମରେ ପୂର୍ବରୁ ମଧ୍ୟ ଏହାଧିକ ଅଭିଯୋଗ ରହିଛି। ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ନିଜ ଢାବାକୁ ଡାକି ପ୍ୟାଣ୍ଟ ସାର୍ଟ ଖୋଲି ମାଡ଼ ମାରିଥିବା ଅଭିଯୋଗ ଆସିଥିଲା ତାଙ୍କ ନାମରେ। ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ମାଲିକ ସଂଘ ଓ କଳାକାର ସଂଘ। ପୁଣି ଏହାର କିଛିଦିନ ପରେ ନାୟିକା ସୋନାଲି ପଣ୍ଡାଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ମଧ୍ୟ ଆଣିଥିଲେ ସାଂଘାତିକ ଅଭିଯୋଗ। ନାଣ୍ଡୁ ବାବୁ ତାଙ୍କ ସ୍ତ୍ରୀକୁ ସ୍ବାମୀ ପାଖକୁ ଛାଡୁନଥିବା ସେ ଅଭିଯୋଗ କରିଥିଲେ। ଯାହାକୁ ଖଣ୍ଡନ କରିଥିଲେ ନିଜେ ସୋନାଲି। ଏବେ ପୁଣି ନାଣ୍ଡୁଙ୍କ ନାମରେ ମାଡ଼ ମରା ଅଭିଯୋଗ ଆଣିଛନ୍ତି ନାୟିକା ମାମୁନି ଓ ତାଙ୍କ ସ୍ବାମୀ।