Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଳିଗଲା ଘର, ସାରା ରାତି ଖୋଲା ଆକାଶ ତଳେ 10 ପରିବାର

Odisha

ଜଳିଗଲା ଘର, ସାରା ରାତି ଖୋଲା ଆକାଶ ତଳେ 10 ପରିବାର

Smruti Parija
Browse all articles by Smruti Parija
·1 year ago·1 min read
ଜଳିଗଲା ଘର, ସାରା ରାତି ଖୋଲା ଆକାଶ ତଳେ 10 ପରିବାର

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପଞ୍ଚାୟତର ଡାକିବଜା ଗ୍ରାମର ପନ୍ଦରା ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଦଶ ବଖରା ଘର । ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇ ନଷ୍ଟ ହୋଇ ଯାଇଥିବାବେଳେ ଘଟଣାସ୍ଥଳରେ ଧରାକୋଟ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।


ହେଲେ ଗତ କାଲି ରାତି ସାରା ୧୦ ଅଗ୍ନି ବିପନ୍ନ ପରିବାର ରାତି ତମାମ ଖୋଲା ଆକାଶ ତଳେ ନିଜର ପରିବାର ସଦସ୍ୟକୁ ନେଇ ଜୀବନ ବିତାଇଥିଲେ । ପ୍ରଶାସନ ପକ୍ଷରୁ ରାତ୍ରରେ ଶୁଖିଲା ଖାଦ୍ୟ ଦିଆ ଯାଇଥିଲା । ହେଲେ ଆଜି ସକାଳୁ ସକାଳୁ ଅଗ୍ନିବିପନ୍ନ ପରିବାର ସଦସ୍ୟମାନେ ପାଉଁଶ ତଳୁ ପୋଡ଼ିଯାଇଥିବା ସମାନ ସବୁକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ତେବେ ମୁଣ୍ଡ ତଳୁ ଚାଳ ଛପର ଉଠିଯିବା ପରେ ବାସ ହରା ହୋଇ ଯାଇଥିବା ପରିବାର ମାନେ କୋଉଠି କେମିତି ନିଜର ମୁଣ୍ଡ ଗୁଞ୍ଜିବେ ସେନେଇ ଚିନ୍ତାରେ ରହିଛନ୍ତି । ସରକାରଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
fire-breaks-out-at-ganjam-dharakot-block-10-house-burnt | Argus News