Videos
|
Odisha

ସହିଦ ନଗର ହାଟ ନିକଟ ମିକ୍ସଚର୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସହିଦ ନଗର ହାଟ ନିକଟ ମିକ୍ସଚର୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର: ସହିଦ ନଗର ସ୍ଥିତ ଏକ ଦୋକାନରେ ଭୟଙ୍କର ନିଆଁ ଲାଗିଛି । ଏସ୍‌ବିଆଇ ନିକଟ ଏକ ନମକିନ୍ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ୨ରୁ ଅଧିକ ଦଳ ପହଞ୍ଚି ନିଆଁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ନିଆଁ ଲାଗିଥିବା ଦୋକାନରେ ମିକ୍ସଚର ପ୍ରସ୍ତୁତ କରା ଯାଇଥାଏ । ତେବେ ମିକ୍ସଚର ଦୋକାନରେ କିଭଳି, କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।


ମିଳିଥିବା ସୂଚନା ଅନୁସାରେ, ଭୋର୍ ୫ଟା ସମୟରେ ମୁଖରୂଚି ମିକ୍ସଚର ଓ ମିଠା ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ତେବେ ନିଆଁ କେମିତି ଲାଗିଲା ? ସର୍ଟସର୍କିଟ୍‌ରୁ ହୋଇଛି କି ଅଗ୍ନିକାଣ୍ଡ ? ନା ସେଠାରେ ମିକ୍ସଚର ଓ ମିଠା ଆଦି ସାମଗ୍ରୀ ପ୍ରସ୍ତୁତ ହେଉଥିବାରୁ ଚୁଲିରୁ ନିଆଁ ଲାଗିଛି କି ? ତାହା ସ୍ପଷ୍ଟ ହୋଇପାରି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସହିଦ ନଗର ହାଟ ନିକଟ ମିକ୍ସଚର ଦୋକାନରେ ନିଆଁ ଲାଗିଥିବା ବେଳେ ଅଞ୍ଚଳ ଧୂଆଁମୟ ହୋଇ ଯାଇଛି । ଏକାଧିକ ଦୋକାନ ଲାଗି ଲାଗି ରହିଥିବା ବେଳେ ପାଖରେ ରହିଛି ଏକାଧିକ ଆପାର୍ଟମେଣ୍ଟ । ତେଣୁ ସବୁର ସୁରକ୍ଷାକୁ ଧ୍ୟାନ ଦିଆ ଯାଉଛି । ସକାଳୁ ସକାଳୁ ଖୋଲା ରହିଥିବା ଦୋକାନକୁ ବନ୍ଦ କରିବା ଲାଗି ପ୍ରଶାସନ ଅନୁରୋଧ କରୁଛି ।


Fire Broke Out In Mixture Factory Of Saheed Nagar | Argus News