Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭାବନୀୟ ! ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ, ଖେଳୁଥିବା ନାବାଳକ ଜୀବନ୍ତ ଦଗ୍ଧ

Odisha

ଅଭାବନୀୟ ! ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ, ଖେଳୁଥିବା ନାବାଳକ ଜୀବନ୍ତ ଦଗ୍ଧ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଅଭାବନୀୟ ! ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ, ଖେଳୁଥିବା ନାବାଳକ ଜୀବନ୍ତ ଦଗ୍ଧ

ପୂଜା ମଣ୍ଡପରେ ଖେଳୁଥିଲେ ୩ ସାଙ୍ଗ । ଜୀବନ୍ତ ଜଳିଗଲା ଜଣେ ନାବାଳକ । ରାଉରକେଲା ସେକ୍ଟର-୬ ଟେଲିଫୋନ୍ ଭବନ ନିକଟ ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି କେଇ ମିନିଟ୍‌ରେ ସବୁକିଛି ଜଳି ପୋଡ଼ା ଯାଇଥିବା ବେଳେ ଖେଳୁଥିବା ନାବାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


ଖବର ଅନୁସାରେ, ଦିନ ପ୍ରାୟ ଅଢ଼େଇଟା ସମୟରେ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିଥିଲା । ଖରା ସମୟରେ ହଠାତ୍ ଅଗ୍ନିକାଣ୍ଡ ହୋଇଥିବା ବେଳେ ମଣ୍ଡପରେ ଥିବା ଟେଣ୍ଟ ହାଉସ୍ ଜିନିଷ ଜଳି ଯାଇଥିଲା । ଆଉ ମଣ୍ଡପ ଭିତରେ ୩ ଜଣ ଛୁଆ ଖେଳୁଥିବା ବେଳେ ୮ ବର୍ଷର ବାଦଲ ମହାରଣା ନିଆଁ ସଂସ୍ପର୍ଶରେ ଆସିଥିଲେ ।


ଆଉ ୨ ସାଙ୍ଗ ସ୍ଥାନୀୟ ଲୋକଙ୍କୁ ଡାକିବା ଭିତରେ ଜୀବନ୍ତ ଜଲି ଯାଇଥିଲେ ବାଦଲ । ଘଟଣାସ୍ଥଳରେ ହିଁ ୮ ବର୍ଷର ବାଦଲ ଆଖି ବୁଜିଛି । ବାଦଲର ଦଗ୍ଧ ମୃତଦେହକୁ ଶବଗୃହକୁ ନିଆ ଯାଇଛି । ଖବର ପାଇଁ ଷ୍ଟିଲ୍ ପ୍ଲାଣ୍ଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କିଭଳି, କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire In Pooja Pendal In Rourkela, Minor Boy Died | Argus News