Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଗତପୁର ବିସ୍କୁଟ କାରଖାନାରେ ହଠାତ୍ ଲାଗିଲା ନିଆଁ

Smruti Parija
Browse all articles by Smruti Parija
·1 year ago·1 min read
ଜଗତପୁର ବିସ୍କୁଟ କାରଖାନାରେ ହଠାତ୍ ଲାଗିଲା ନିଆଁ

Key Points

ବିସ୍କୁଟ ଫ୍ୟାକ୍ଟେରୀରେ ଲାଗିଲା ନିଆଁ

ଜଳିଗଲା ବିସ୍କୁଟ ଫ୍ୟାକ୍ଟେରୀ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ବିସ୍କୁଟ କାରଖାନାରେ ହଠାତ୍ ଲାଗିଥିଲା ନିଆଁ । ଅଗ୍ନିଶମ ବାହିନୀର ଦୀର୍ଘ ଅଧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ । ନିଆଁ ଲିଭା କାର୍ଯ୍ୟରେ ୩ ଟି ଅଗ୍ନିଶମ ବାହିନୀର ଟିମ୍ ସାମିଲ ହୋଇ ଏହି ନିଆଁକୁ ଆୟତ୍ତ କରିଛନ୍ତି ।


ଆଜି ସକାଳ ପାଖାପାଖି ୧୦.୧୫ ରୁ ୧୦.୩୦ ମଧ୍ୟରେ ଲାଗିଥିଲା ଏହି ନିଆଁ । କାରଖାନାରେ ପ୍ଲାଷ୍ଟିକ ପଲିଥିନ ଓ ଖାଇବା ତେଲ ଥିବାରୁ ନିଆଁ ଅଧିକ ମାତ୍ରାରେ ବ୍ୟାପିଥିଲା । ଏହି ନିଆଁକୁ ଆୟତ୍ତ କରାଯିବା କାରଣରୁ ପାଖରେ ଥିବା ଅନ୍ୟ କାରଖାନା ସବୁ ଅଳ୍ପକେ ବାର୍ତ୍ତିଗଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଯାଞ୍ଚ କରୁଛି ଅଗ୍ନିଶମ ବାହିନୀ ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ଅନୁମାନ କରାଯାଉଛି ବୋଲି କହି ଦୁଃଖରେ ଭାଙ୍ଗି ପଡ଼ିଥିବା କହିଛନ୍ତି କାରଖାନା ମାଲିକ ।

Sponsored
fire-mishap-in-biscuit-factory-at-jagatpur-cuttack | Argus News