Videos
|
Odisha

ସୋ' ରୁମ୍ ରେ ଲାଗିଲା ଭୟଙ୍କର ନିଆଁ

Smruti Parija
Browse all articles by Smruti Parija
·1 year ago·1 min read
ସୋ' ରୁମ୍ ରେ ଲାଗିଲା ଭୟଙ୍କର ନିଆଁ

Key Points

କଟକ ଦୋଳମୁଣ୍ଡେଇରେ ଥିବା ଏକ ସୋ' ରୁମ୍ ରେ ଲାଗିଲା ଭୟଙ୍କର ନିଆଁ 

କଟକ ଦୋଳମୁଣ୍ଡେଇରେ ଥିବା ଏକ ସୋ' ରୁମ୍ ରେ ଲାଗିଲା ଭୟଙ୍କର ନିଆଁ । କପଡା ଓ ବ୍ୟାଗ୍‌ ସୋ'ରୁମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ପୂର୍ଣ୍ଣ ସୋ ରୁମ୍ । ଆଜି ଦିନ 10 ଟାରେ ପ୍ରଥମ ମହଲାରେ ଥିବା ବ୍ୟାଗ୍ ସୋ ରୁମ୍ ରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳିଗଲା ସୋରୁମ୍ । ପ୍ରବଳ ଧୂଆଁ ବାହାରୁଥିବାବେଳେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା କୁହାଯାଉଛି । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି । ତେବେ ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । 


ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗର 6 ଟି ଟିମ ଓ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ। ନିଆଁ ଲାଗିବାର କାରଣ ଏବଂ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯିବା ନେଇ ଏଏଫଓ ପ୍ରଭାତ କୁମାର ସିଂ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
fire-mishap-in-showroom-factory-near-dolamundei-cuttack | Argus News