Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା

Smruti Parija
Browse all articles by Smruti Parija
·1 year ago·1 min read
ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା

Key Points

ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା ।

କେନ୍ଦ୍ରାପଡା: ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା । ଆଜି ସକାଳ ସମୟରେ ପଟ୍ଟାମୁଣ୍ଡାଇ ବକ୍ତାରପୁର ଛକରେ ନିଜ ଘରେ ପେଟ୍ରୋଲ ବିକୁ ଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା । ଦୋକାନ ଘର ଜଳି ଯିବା ସହ ନିଆଁ ରେ ପୋଡି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।


ଦୋକାନରେ ଧୂପ ଦେବା ସମୟରେ ଦୋକାନରେ ଥିବା ପେଟ୍ରୋଲରେ ଲାଗି ଯାଇଥିଲା ନିଆଁ l ନିଆଁ ଏତେ ପ୍ରଖର ଥିଲା ଯେ ଦୋକାନ ଘର ଜଳି ଯିବା ସହ ଦୋକାନରେ ଥିବା କମଳା ସାହୁ ଜଳି ଯାଇଥିଲେ l ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି l ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ସକାଳୁ ସକାଳୁ ଜଗତସିଂହପୁର ଦୁର୍ଗା ବଜାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି । ବ୍ୟାଙ୍କ ବନ୍ଦ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କ ସଟର ଭାଙ୍ଗି ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଛନ୍ତି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Sponsored
fire-mishap-women-died | Argus News