Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ଭୁବନେଶ୍ଵର: ନିଆଁ ଲାଗି ଜଳିଗଲା ଔଷଧ ଗୋଦାମ । ନହରକଣ୍ଟା ପୁରୀ କେନାଲ୍ ରୋଡର ପଞ୍ଚମୁଖି ନଗରରେ ଥିବା ଫାର୍ମା ୱାର୍ଲ୍ଡରେ ନିଆଁ ଲାଗିଛି । ୨ ମହଲା ବିଶିଷ୍ଟ କୋଠାରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଅଗ୍ନିଶମ ବାହିନୀର ୨ଟି ଟିମ୍ ନିଆଁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି । 

ଅଗ୍ନିକାଣ୍ଡ ସମୟରେ ଔଷଧ ଗୋଦାମର ପଛ ପାଖରେ ଜଣେ କର୍ମଚାରୀ ଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଗୋଦାମର ମୁଖ୍ୟ ତାଲା ଭାଙ୍ଗିବା ସହ ନିଆଁ ଲିଭାଇବା ଆରମ୍ଭ କରିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଆଁରେ ଲକ୍ଷାଧିକ ଟଙ୍କାର ଔଷଧ ଜଳି ପୋଡ଼ି ନଷ୍ଟ ହୋଇଛି । ସୂଚନା ଅନୁସାରେ, ତଳ ମହଲାରେ ପ୍ରଥମେ ନିଆଁ ଲାଗିଥିଲା । ଔଷଧ ସହ ବିଭିନ୍ନ ସ୍ପିରିଟ୍ ଥିବାରୁ ଦେଖୁ ଦେଖୁ ନିଆଁ ଉପର ମହଲାକୁ ମଧ୍ୟ ବ୍ୟାପି ଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ଅକ୍ସିଜେନ୍ ସିଲିଣ୍ଡର ଧରି ନିଆଁ ଲିଭାଇବା ଲାଗି ଭିତରକୁ ଯାଇଥିଲେ ।

Sponsored
Fire On Medicine Godown Near Naharkanta | Argus News