Fire Safety / ୧୦ ଦିନ ଭିତରେ ସବୁ କ୍ଲବ୍, ପବ୍ରେ ଫାୟାର ସେଫ୍ଟି ଯାଞ୍ଚ

Key Points
୧୦ ଦିନ ଭିତରେ ସବୁ କ୍ଲବ୍, ପବ୍ରେ ଫାୟାର ସେଫ୍ଟି ଯାଞ୍ଚ ନିର୍ଦ୍ଦେଶ
ଥାର୍ଡ ପାର୍ଟି ଜରିଆରେ ହେବ ସରପ୍ରାଇଜ ଚେକିଂ
ରାଜଧାନୀ ସମେତ ଯାଞ୍ଚ ହେବ ରାଜ୍ୟର ସମସ୍ତ କ୍ଲବ୍, ପବ୍
ଗୋଆ ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । ୧୫୫ ବାର ଓ ପବରେ ହେବ ଅଗ୍ନି ନିରାପତ୍ତା ଯାଞ୍ଚ । ରେଷ୍ଟୁରାଣ୍ଟ ଉପରେ ବି ରହିଛି ବିଭାଗର ଆଖି । ନିୟମ ନମାନିଲେ ଲାଇସେନ୍ସ ରଦ୍ଦ ନେଇ ଚେତାବନୀ ଦେଲା ଅବକାରୀ ବିଭାଗ ।
ଅଗ୍ନିକାଣ୍ଡ ଯେତିକି ଭୟଙ୍କର ସେତିକି ଚିନ୍ତାଜନକ ମଧ୍ୟ । ନର୍ଥ ଗୋଆରେ ଥିବା ଏକ ଡ୍ୟାନ୍ସ ପବରେ ଗତ ୭ ତାରିଖରେ ଘଟିଥିବା ଅଘଟଣରେ ଚାଲିଯାଇଛି ୨୫ ଜଣଙ୍କ ଜୀବନ । ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ । ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ଦେଖାଇଛି ତତ୍ପରତା । ସମସ୍ତ କ୍ଲବ,ବାର ଓ ଡ୍ୟାନ୍ସ ପବରେ ହେବ ଚେକିଂ । ଶହେ ସିଟ କାପାସିଟି ଥିବା ରେଷ୍ଟୁରାଣ୍ଟକୁ ମଧ୍ୟ ଚେକିଂ ପରିସରଭୁକ୍ତ କରାଯିବ । ୧୦ ଦିନ ମଧ୍ୟରେ ଅଗ୍ନିଶମ ନିରାପତ୍ତା ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିରାପତ୍ତା ସମ୍ବନ୍ଧିତ ସରଞ୍ଜାମ ରହିଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ।
ରାଜ୍ୟରଥିବା ବଡ଼ବଡ଼ କୋଠା ଯେପରିକି ଡାକ୍ତରଖାନା ଏବଂ ସପିଂ ମଲ୍ , ବାର , ପବ୍ ଆଦି ସ୍ଥାନରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିବ ଥାର୍ଡ ପାର୍ଟି । ବିଲ୍ଡିଂ ଆପୃଭାଲ ହୋଇଥିଲେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଛି କି ନାହିଁ ତାହା ଯାଞ୍ଚ କରିବ ଥାର୍ଡ ପାର୍ଟି । ପ୍ରତି ୬ ମାସରେ ଥରେ ଏହାକୁ ଅପଡେଟ୍ କରିବ ସଂସ୍ଥା । ପରିଶେଷରେ ଅଗ୍ନିଶମ ବିଭାଗ ଏହାକୁ ସ୍କୃଟିନି କରିବ । ସେପଟେ ଭୁବନେଶ୍ୱରରେ ୧୫୫ଟି ବାର ଓ ଡ୍ୟାନ୍ସ ପବ ରହିଛି । ଯଦି ବିନା ଅଗ୍ନିଶମ ନିରାପତ୍ତାରେ କେହି କେହି ବାର ଓ ପବ୍ ଚଳାଉଥାନ୍ତି ତେବେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।
ଆଗକୁ ବଡ଼ଦିନ ଓ ନୂଆବର୍ଷ। ରାଜଧାନୀରେ ରାତିକୁ ରଙ୍ଗୀନ କରିବା ପାଇଁ ଚାହିଁ ବସିଛନ୍ତି ଯୁବପିଢ଼ି । ମାତ୍ର ଅଗ୍ନିଶମ ଓ ଅବକାରୀ ବିଭାଗର ଚେତାବନୀ ଅମାନିଆ ବାର ମାଲିକଙ୍କୁ ପଡ଼ିପାରେ ମହଙ୍ଗା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories