Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମଦ ଦୋକାନ ମାଲିକଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର

Odisha

ମଦ ଦୋକାନ ମାଲିକଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର

Smruti Parija
Browse all articles by Smruti Parija
·1 year ago
ମଦ ଦୋକାନ ମାଲିକଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର

ବିଦେଶୀ ମଦ ଦୋକାନ ମାଲିକଙ୍କୁ ଗୁଳିମାଡ କରି ଲକ୍ଷାଧିକ ଟଙ୍କା ଲୁଟ କଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୋରୁମହିଷାଣି ଥାନା ଅନ୍ତର୍ଗତ ଏକ ବିଦେଶୀ ମଦ ଦୋକାନରେ । ଥାନା ନିକଟରେ ଥିବା ବିଦେଶୀ ମଦ ଦୋକାନରୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଯାଇଛି ।


ସୂଚନା ଅନୁସାରେ ଦୁର୍ବୃତ୍ତ ଜଣକ ତିନୋଟି ଗୁଳି ଚଳାଇଥିବାବେଳେ ଗୋଟିଏ ଗୁଳି ଡାହାଣ ଜଙ୍ଘରେ ଲାଗିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ କାର ଯୋଗେ ପ୍ରଥମେ ଗୋରୁମହିଷାଣି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗୁଳି ମାଡ଼ରେ ଗୁରୁତର ହୋଇଥିବା ବିଦେଶୀ ମଦ ଦୋକାନ ମାଲିକ ହେଲେ ସବ୍ୟସଚୀ ମହାନ୍ତି (ବିକିନା) । ତାଙ୍କ ଘର ଗୋରୁମହିଷାଣି ଥାନା ଅନ୍ତର୍ଗତ କୁଲେଇଶିଳା ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

Sponsored
firing-at-liquor-shop-owner-in-rairangpur-mayurbhanj | Argus News