ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ପୁଣି ଗୁଳିକାଣ୍ଡ
·12 months ago·1 min read

Key Points
ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି
ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି
ଗୁଳିମାଡ଼ରେ ୨ ଆହତ
ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି। ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଜ୍ବାଇଁ ରୁନା ଆଚାରୀ ଓ ଶଳା ସୁନୀଲ ସାହୁଙ୍କୁ ହୋଇଛି ଗୁଳିମାଡ଼। ରୁନାଙ୍କ ଘରେ ପଶି କିଛି ଦୁବୃର୍ତ୍ତ ମାନେ ଗୁଳିମାଡ଼ କରିଥିଲେ ।
ପରେ ଘଟଣାସ୍ଥଳରୁ ଦୁବୃର୍ତ୍ତ ମାନେ ଫେରାର ହୋଇଯାଇଛନ୍ତି । ରୁନାଙ୍କ ହାତ ଓ ପେଟ ପାଖରେ ଗୁଳି ବାଜିଥିବା ବେଳେ ସୁନୀଲଙ୍କ ପେଟରେ ବାଜିଛି ଗୁଳି । ଗୁଳିମାଡ଼ରେ ସେ ଆହତ ହୋଇ MKCG ରେ ଭର୍ତ୍ତି ହୋଇଛନ୍ତି। ତେବେ କିଏ ଏବଂ କାହିଁକି ଗୁଳିମାଡ଼ କରିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଏମକେସିଜି ମେଡିକାଲରେ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: