Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନା ଦୋକାନରେ ଦିନ ଦ୍ୱିପହରରେ ଫୁଟିଲା ଗୁଳି...

Smruti Parija
Browse all articles by Smruti Parija
·1 year ago
ସୁନା ଦୋକାନରେ ଦିନ ଦ୍ୱିପହରରେ ଫୁଟିଲା ଗୁଳି...

Key Points

ଦିନ ଦ୍ୱିପହରରେ ଫୁଟିଲା ଗୁଳି । ସୁନା ଦୋକାନକୁ ଲୁଟ୍ କରିବାକୁ ଆସି 2 କର୍ମଚାରୀଙ୍କୁ ଗୁଳିମାଡ ।

ଯାଜପୁର: ଦିନ ଦ୍ୱିପହରରେ ଫୁଟିଲା ଗୁଳି । ସୁନା ଦୋକାନକୁ ଲୁଟ୍ କରିବାକୁ ଆସି 2 କର୍ମଚାରୀଙ୍କୁ ଗୁଳିମାଡ । ଗୁଳିମା଼ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସୁନା ଦୋକାନ ନିକଟରେ ପ୍ରବଳ ଜନସମାଗମ । ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ନାମକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ ହୋଇଥିବା ସୂଚନା ରହିଛି । ସୁନା ଦୋକାନର ୨ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପାଣିକୋଇଲି ପୋଲିସର ଛାନଭିନ୍ ଜାରି ରହିଛି । ଫେରାର ହୋଇଯାଉଥିବା ସମୟରେ ଜଣେ ଦୁବୃର୍ତ୍ତକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଘଟଣାସ୍ଥଳରୁ ବନ୍ଧୁକ ଜବତ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
firing-in-gold-shop-near-panikoili-jajpur-two-dead | Argus News