ପ୍ରଥମଥର ପାଇଁ ସଚେତ ଅବସ୍ଥାରେ ବ୍ରେନ ଅସ୍ତ୍ରୋପଚାର

Key Points
ନ୍ୟୁରୋ ସର୍ଜନ କ୍ଷେତ୍ରରେ ବଡ଼ ଉପଲବ୍ଧି
ପ୍ରଥମଥର ପାଇଁ ସଚେତ ଅବସ୍ଥାରେ ବ୍ରେନ ଅସ୍ତ୍ରୋପଚାର
ବ୍ରେନ ମ୍ୟାପିଂ ପ୍ରଣାଳୀରେ ବ୍ରେନ ଟ୍ୟୁମର୍ର ଅସ୍ତ୍ରୋପଚାର ସଫଳ
ସଫଳତା ହାତେଇଛନ୍ତି ଆଇ ଏମ୍, ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନ
ପ୍ରଥମଥର ପାଇଁ ଅଚେତ ନୁହେଁ ବରଂ ସଚେତ ଅବସ୍ଥାରେ କରାଯାଇଛି ଅସ୍ତ୍ରୋପଚାର , ତାହା ପୁଣି ବ୍ରେନର। ବ୍ରେନ ମ୍ୟାପିଂ ଟେକ୍ନୋଲୋଜି ଦ୍ୱାରା ସଫଳ ହୋଇଛି ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର । ପ୍ରଥମଥର ପାଇଁ ଓଡିଶାରେ ହୋଇଥିବା cortical ,subcortical ବ୍ରେନ ମ୍ୟାପିଂ ପ୍ରଣାଳୀରେ ଅସ୍ତ୍ରୋପଚାର ସଫଳ ହୋଇଛି ।
ଅତ୍ୟାଧୁନିକ ପ୍ରଣାଳୀରେ ଅପରେସନ କରି ରୋଗୀକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଆଇ ଏମ, ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନ । ଏହି ପ୍ରଣାଳୀ ଦ୍ୱାରା ଜଟିଳ ମସ୍ତିସ୍କ ଗଠନରେ ଅବସ୍ଥିତ ଟ୍ୟୁମରକୁ ସୁରକ୍ଷିତ ଭାବରେ କାଢ଼ି ପାରିଛନ୍ତି ବିଶେଷଜ୍ଞ ଟିମ । ନ୍ୟୁରୋ ସର୍ଜନ କ୍ଷେତ୍ରରେ ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ହସ୍ପିଟାଲର ଅଭିଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ଦ୍ୱାରା ରୋଗୀ ଜଣଙ୍କ ଏବେ ସମ୍ପୂର୍ଣ୍ର ସୁସ୍ଥ ଅଛନ୍ତି । ସୁନ୍ଦରଗଡ ଜିଲାରୁ ଆସିଥିବା ଏହି ରୋଗୀଙ୍କୁ ବାରମ୍ବାର ବାତ ମାରୁଥିଲା । ଯାହାର ଚିକିତ୍ସା ପାଇଁ ସେ ସମ ହସ୍ପିଟାଲ ଆସିଥିଲେ । ମସ୍ତିଷ୍କର ବାକ କ୍ଷମତା ଓ ଶରୀର ଚଳାଚଳ କେନ୍ଦ୍ର ନିକଟରେ ଟ୍ୟୁମର ରହିଥିବା
ଜଣାପଡିଥିଲା। ଅଚେତ ଅବସ୍ଥାରେ ସର୍ଜରୀ ଫଳରେ ଅନ୍ୟ କୋଣସି ସ୍ଥାନକୁ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସଚେତ ଅବସ୍ଥାରେ ବ୍ରେନ ମ୍ୟାପିଂ ଟେକନିକ ବ୍ୟବହାର କରି ଅସ୍ତ୍ରୋପଚାର କରାଯାଇଛି । ଅପରେସନ ପରେ ରୋଗୀ ନିଜେ ବେଡ଼ରୁ ଉଠି ଚାଲିବା, କଥା କହିବାରେ କୌଣସି ଅସୁବିଧା ଅନୁଭବ କରିନଥିଲେ । ଷ୍ଟେଜ 3 ଟ୍ୟୁମର ଥିବାରୁ ତାଙ୍କୁ ରେଡ଼ିଓ ଥେରାପି ମଧ୍ୟ ଦିଆଯାଇଛି। ଆୟୁଷମାନ ଯୋଜନାରେ ସୁବିଧାରେ ଅସ୍ତ୍ରୋପଚାର ହୋଇଥିବା କହିଛନ୍ତି ରୋଗୀ।
📱 Get Argus News App
✨ଏଣିକି ବ୍ରେନ ମ୍ୟାପିଂ ଦ୍ୱାରା ବ୍ରେନ ଟ୍ୟୁମରକୁ ମାତଦେଇ ହେବ । 15 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କର କରାଯାଇ ପାରିବ ସଚେତ ଓ ବ୍ରେନ ମ୍ୟାପିଂ ସର୍ଜରୀ । ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।