ପୂର୍ବ ଭାରତରେ ପ୍ରଥମ ଥର ପ୍ରବାସୀ ଭାରତୀୟ ସମ୍ମିଳନୀ

Key Points
ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ
ପୂର୍ବ ଭାରତରେ ପ୍ରଥମ ଥର ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ
ଓଡିଶା ପାଇଁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ
ବିଶ୍ଵରେ ତିଆରି ହେବ ରାଜ୍ୟର ସ୍ଵତନ୍ତ୍ର ପରିଚୟ
ଉତ୍କର୍ଷ ଓଡ଼ିଶା ପୂର୍ବରୁ ରାଜ୍ୟ ପାଇଁ ଆଣିବ ଅପାର ସମ୍ଭାବନା
ଅର୍ଗସ ବ୍ୟୁରୋ: ଓଡିଶାରେ ହେବ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ । ଅତିଥିଙ୍କ ସ୍ଵାଗତ ଲାଗି ସଜେଇ ହେଉଛି ରାଜଧାନୀ ଭୁବନେଶ୍ଵର । ଜାନୁଆରୀ ୮ରୁ ୧୦ ତାରିଖ ଯାଏଁ ଉତ୍ସବ ମୁଖର ହେବ ସ୍ମାର୍ଟ ସିଟି । ମୁଖ୍ୟ ସମ୍ମିଳନୀ ସ୍ଥଳ ଜନତା ମୈଦାନରେ ସ୍ଵତନ୍ତ୍ର ହ୍ୟାଙ୍ଗର ଗୁଡିକରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରତିବିମ୍ବ ଦେଖିବେ ପ୍ରବାସୀ ଅତିଥି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଆସିବାକୁ ଥିବା ଦେଶ ବିଦେଶର 10 ହଜାର ଅତିଥିଙ୍କ ସତ୍କାର ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା। କିଛି ଅତିଥି ଭୁବନେଶ୍ଵରରେ ପହଞ୍ଚି ସାରିଲେଣି, ଆଉ ରାସ୍ତାରେ ଥିବା ଅନେକ ପ୍ରବାସୀ ବାର୍ତ୍ତା ମାଧ୍ୟମରେ ପରିପ୍ରକାଶ କରିଛନ୍ତି ନିଜ ଉତ୍କଣ୍ଠା । ସେପଟେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ବିମାନ ବନ୍ଦରରେ ତାଙ୍କୁ ଦିଆଯାଇଛି ସ୍ଵାଗତ ସମ୍ବର୍ଦ୍ଧନା ।
ସେପଟେ ଆଜିଠୁ ଆରମ୍ଭ ହୋଇଛି ଚିଲିକା ବିହଙ୍ଗ ଉତ୍ସବ। ଆସନ୍ତା 12 ତାରିଖ ଯାଏଁ ଚାଲିବାକୁ ଥିବା ଏହି ଉତ୍ସବକୁ ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଚଳିତ ଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସାଡର । ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡ଼ିଶା ଆସିବାକୁ ଥିବା ଅତିଥି ଚିଲିକା ବୁଲି ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିବେ । ଏଥିପାଇଁ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ଏହା ଦ୍ଵାରା ବିଶ୍ଵରେ ଆହୁରି ହେବ ଚିଲିକାର ପ୍ରଚାର।
📱 Get Argus News App
✨ ଭୁବନେଶ୍ୱର ବିମାନବନ୍ଦରରେ ବିଜେପି ପକ୍ଷରୁ ପ୍ରବାସୀ ଭାରତୀୟଙ୍କୁ ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା । ସବୁ ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ କରିଛନ୍ତି ରାଜ୍ୟ ସଭାପତି । ପ୍ରବାସୀ ଭାରତୀୟ ମାନେ ଗସ୍ତ କରୁଥିବା ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ କରିବ ବିଜେପି । ୭ ଓ ୮ ତାରିଖ ରାଜ୍ୟର ସବୁ ଜିଲ୍ଲାରେ ପଦଯାତ୍ରା କରିବ ଦଳ। 8 ତାରିଖ ସନ୍ଧ୍ୟାରେ ବିମାନବନ୍ଦର ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯିବ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ଜାନୁଆରୀ ୨୮, ୨୯ରେ ହେବାକୁ ଥିବା ଉତ୍କର୍ଷ ଓଡିଶା - ମେକ୍ ଇନ୍ ଓଡିଶା କନକ୍ଲେଭ ଆଗରୁ ପ୍ରବାସୀ ଭାରତୀୟ ସମାରୋହ ରାଜ୍ୟ ପାଇଁ ଆଣିବ ଅପାର ସମ୍ଭାବନା । ଖଣି, ପାଣି ଓ ପ୍ରାକୃତିକ ସମ୍ପଦ ଭରା ଓଡିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ହେବେ ପ୍ରବାସୀ ଭାରତୀୟ । ବିକଶିତ ଓଡିଶା ଆଡକୁ ଆଉ ପାଦେ ଆଗକୁ ଯିବ ଆମ ରାଜ୍ୟ ।
