Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ମାସ ଶେଷରେ ମିଳିବ 'ସୁଭଦ୍ରା' ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚଳିତ ମାସ ଶେଷରେ ମିଳିବ 'ସୁଭଦ୍ରା' ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି

Key Points

ଶେଷରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ

କେୱାଇସି ଅପଡେଟ କରିବାକୁ ନିବେଦନ

କେୱାଇସି ଅପଡେଟ କରି ନାହାନ୍ତି ୨ ଲକ୍ଷରୁ ଅଧିକ ମହିଳା

ଭୁବନେଶ୍ଵର: ସମସ୍ତଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା । କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯିଏ ଇ-କେୱାଇସି କରିବେ ସେମାନେ ଯୋଗ୍ୟ ହୋଇଥିଲେ ଟଙ୍କା ପାଇବେ । ଏବେ ୨ ଲକ୍ଷରୁ ଅଧିକ 'ସୁଭଦ୍ରା' ଆଶାୟୀ ଇ-କେୱାଇସି କରି ନାହାନ୍ତି । ସରକାର ପର୍ଯ୍ୟାପ୍ତ ସମୟ ଦେଉଛନ୍ତି ଆଶାୟୀ ଇ-କେୱାଇସି କରନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।


ଆଧାର, ବ୍ୟାଙ୍କ ଆକାଉଣ୍ଟ ଓ ଫିଙ୍ଗର ପ୍ରିଣ୍ଟ ମେଳ ଖାଇଲେ ଆକାଉଣ୍ଟକୁ ଟଙ୍କା ଯିବ । ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ମିଳିବ । ଯେତେ ଜଲଦି କରିବେ, ସେତେ ଶୀଘ୍ର ମିଳିବ । ଇ-କେୱାଇସି ନ କଲେ ଏବେ ବାଦ୍ ପଡ଼ିଯିବେ । ଯେତେବେଳେ ଇ-କେୱାଇସି କରିବେ ଟଙ୍କା ମିଳିବ । ମାର୍ଚ୍ଚରେ ଇ-କେୱାଇସି କଲେ ମାର୍ଚ୍ଚ ୮ରେ ଏକାଥରକେ ୨ଟି କିସ୍ତି ପାଇବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବରୁ ଭୁଲ୍ ବଶତଃ 'ସୁଭଦ୍ରା'ରୁ ଅପ୍ଟ ଆଉଟ୍ କରିଥିବା ୩୧ ହଜାର ଆବେଦନକାରୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ଏବେ ଅପ୍ଟ ଇନ କଲେଣି ୧୭ ହଜାର ମହିଳା । ବାକି ୧୪ ହଜାର ମହିଳା ଅପ୍ଟ ଇନ ନ କରି ପାରନ୍ତି । ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି ।


ପୂର୍ବରୁ ୫ ଲକ୍ଷ ମହିଳା କେୱାଇସି ଅପଡେଟ କରିନଥିବାରୁ ସରକାରସମୟ ଦେଇଥିଲେ । ଏବେ ବି ୨ ଲକ୍ଷରୁ ଅଧିକ ମହିଳା ଆବେଦନ କରି କେୱାଇସି ଅପଡେଟ କରି ନାହାନ୍ତି । ଜାନୁଆରୀ ଶେଷରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଦେବା ପୂର୍ବରୁ ସମସ୍ତଙ୍କୁ କେୱାଇସି ଅପଡେଟ କରିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ କେହି ଜଣେ ବି ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ବୋଲି କହିଛନ୍ତି ।

Sponsored
First Installment Of Fourth Phase Subhadra To Give In January Last | Argus News