କଳିଙ୍ଗ ଷ୍ଟାଡିଅମରେ ପ୍ରଥମ ମାଇକେଲ କିଣ୍ଡୋ ସ୍ମାରକୀ ଯୁବ ହକି ପ୍ରତିଯୋଗିତା

Key Points
ଅଣ୍ଟା ସଳଖୁଛି ହକି
ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ
ଲିଜେଣ୍ଡଙ୍କ ନାଁରେ ଆୟୋଜିତ ହକି ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ ଓ ହକି ଆସୋସିଏସନ ଅଫ ଓଡିଶାର ମିଳିତ ପ୍ରୟାସ
କଳିଙ୍ଗ ଷ୍ଟାଡିଅମରେ ପ୍ରଥମ ମାଇକେଲ କିଣ୍ଡୋ ସ୍ମାରକୀ ଯୁବ ହକି ପ୍ରତିଯୋଗିତା
୧୯ ବର୍ଷରୁ କମ୍ ବୟସ ବର୍ଗରେ ୯ଟି ଦଳ ସାମିଲ
ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ। ତୃଣ ମୂଳ ସ୍ତରରୁ ହକିର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଓ ହକି ଆସୋସିଏସନ ଅଫ ଓଡିଶା। ହକି ଲିଜେଣ୍ଡ ମାଇକେଲ କିଣ୍ଡୋଙ୍କ ନାଁରେ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ। ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ ଓ ହକି ଆସୋସିଏସନ ଅଫ ଓଡିଶାର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହୋଇଛି ପ୍ରଥମ ମାଇକେଲ କିଣ୍ଡୋ ସ୍ମାରକୀ ଯୁବ ହକି ପ୍ରତିଯୋଗିତା । 19 ବର୍ଷରୁ କମ ବୟସ ବର୍ଗରେ ଆରମ୍ଭ ଏହି ପ୍ରତିଯୋଗିତାରେ ନଅଟି ଦଳ ଅଂଶଗ୍ରହଣ କରିଛନ୍ତି। ସାରା ରାଜ୍ୟରେ ହକିକୁ ପହଞ୍ଚାଇବା ପାଇଁ ଏପରି ଟୁର୍ନାମେଣ୍ଟ ମାଧ୍ୟମରେ ପ୍ରୟାସ କରାଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି।
କେବଳ ନିର୍ଦ୍ଦିଷ୍ଟ ଜିଲ୍ଲାରେ ହକିକୁ ସୀମିତ ନରଖି ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚାଇବାକୁ ଆରମ୍ଭ ହୋଇଛି ଉଦ୍ୟମ। ବିଭିନ୍ନ ସ୍ଥାନରେ ଆଷ୍ଟ୍ରୋ ଟ୍ରଫ ଷ୍ଟାଡିଅମ ନିର୍ମାଣ ସହ ଆରମ୍ଭ ହୋଇଛି ପ୍ରଶିକ୍ଷଣ। ଜୁନିଅର ପିଲାଙ୍କୁ ନେଇ ପ୍ରତିଯୋଗିତା ଆୟୋଜନ ଦ୍ୱାରା ଅନେକ ଯୁବ କ୍ରୀଡ଼ାବିତ ହକି ପ୍ରତି ଆକର୍ଷିତ ହେବେ। ଏହା ସହ ଭଲ ପ୍ରଦର୍ଶନ କରୁଥିବା କିଛି ଖେଳାଳୀଙ୍କୁ ନେଇ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ଆୟୋଜକ।
ରାଜ୍ୟରେ ହକିର ବିକାଶ ପାଇଁ ଜୁନିଅର ବର୍ଗରେ ଅଧିକରୁ ଅଧିକ ପ୍ରତିଯୋଗିତା ଆବଶ୍ୟକ। ହକିପାଇଁ କେବଳ ଏହି ଗୋଟିଏ ପ୍ରତିଯୋଗିତା ନୁହେଁ ଏପରି ଅନେକ ପ୍ରତିଯୋଗିତା ଆୟୋଜନ ହେଲେ ଓଡିଶା ହକି ଫେରି ପାଇବ ପୁରୁଣା ଲୟ।