Population Census / ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

Key Points
ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ।
ଆରମ୍ଭ ହେଲା ବିଧିବଦ୍ଧ ପ୍ରକ୍ରିୟା ।
ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ।
ଦ୍ବିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା ।
ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ ।
ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏଥିପାଇଁ ବିଧିବଦ୍ଧ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଆଉ ତା' ପରେ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ଯାଇ ଜନଗଣନା କରାଯିବ । ଜନଗଣନା ପାଇଁ ଲକ୍ଷାଧିକ ଜନଗଣନା ଅଧିକାରୀମାନେ ନିଯୁକ୍ତ ହେବେ । ୩୦ ଦିନ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାନୁଯାୟୀ ଏପ୍ରିଲ ୧୬ରୁ ମେ ୧୫ ତାରିଖ ଯାଏଁ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ୩୦ ଦିନ ଧରି ଚାଲିବାକୁ ଥିବା ଏହି ପ୍ରକ୍ରିୟା ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ଜନ ଗଣନା କରାଯିବ ।
ଏଥିରେ ଲକ୍ଷାଧିକ ଅଧିକାରୀ ସାମିଲ ହେବେ । ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର । ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ତାରିଖ ଧାର୍ଯ୍ୟ ହୋଇଥିଲା ।
ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ଚାଲିଥିଲା ପ୍ରସ୍ତୁତି । ଭୁବନେଶ୍ୱର ଓ କଟକରେ ପ୍ରି ଟେଷ୍ଟ ସରିଛି । ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ପ୍ରତି ୨୦୦ ଘର ପାଇଁ ଜଣେ ଲେଖାଏଁ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ରହିବେ । ଜଣେ ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ ବୋଲି ସୂଚନା ମିଳିଛି ।
📱 Get Argus News App
✨Related Topics
Explore more stories