|
logo
Live

Argus News - ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Odisha

ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ଅର୍ଗସ ବ୍ୟୁରୋ:  ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ..ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ ଝାଡ଼ଖଣ୍ଡବାସୀ ... ବୁଥ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ହୋଇଛି କଡ଼ାକଡ଼ି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ 81ରୁ 43ଟି ବିଧାନସଭା ଆସନରେ 685 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସଢେଇକଳା, ରାଞ୍ଚି, ଜାମସେଦପୁର ପୂର୍ବ ଓ ପଶ୍ଚିମ ସହ ଜଗନ୍ନାଥପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି ।  ମୋଟ 2 କୋଟି 6 ଲକ୍ଷ ଭୋଟରଙ୍କ ମଧ୍ୟରେ 1 କୋଟି 31 ଲକ୍ଷ ପୁରୁଷ ଓ 1 କୋଟି 29 ଲକ୍ଷ ମହିଳା ଭୋଟରଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ କରିଛନ୍ତି ଜୋରଦାର ପ୍ରୟାସ । ପ୍ରଥମ ପର୍ଯ୍ୟାୟ ପରେ ନଭେମ୍ବର 20ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯାୟ ସହ ମହାରାଷ୍ଟ୍ରର ସମସ୍ତ 288 ଆସନରେ ହେବାକୁ ଯାଉଛି ମତଦାନ । ନଭେମ୍ବର 23ରେ ଉଭୟ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ଉପରେ ଦେଶବାସୀଙ୍କ ନଜର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ | Argus News