ପ୍ରଥମ ପର୍ଯ୍ୟାୟ ମତଦାନ; 11.30 ସୁଦ୍ଧା ୨୩.୨୮ % ମତଦାନ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮ % ମତଦାନ ହୋଇଛି । ECI ଆପ୍ରୁ ମତଦାନ ନେଇ ସୂଚନା ମିଳିଛି । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦% ମତଦାନ ହୋଇଛି । ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ, ପାରଳାଖେମୁଣ୍ଡି ୨୨.୬୪%, ପଟାଙ୍ଗୀ ୨୪.୮୧%, ରାୟଗଡ଼ା ୨୧% ଓ ଉମରକୋଟ ୨୬.୨୦% ମତଦାନ ହୋଇଛି ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ଚାଲିଛି । ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି ।
📱 Get Argus News App
✨ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ଲକ୍ଷ୍ମୀପୁର ରେ କମ୍ ଭୋଟର ଥିବା ବେଳେ ଧର୍ମଗଡ଼ରେ ଅଧିକ ଭୋଟର ରହିଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।