Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମେ ଚୋରି କରି ନିଆଁ ଲଗାଇଲେ , ପରେ କବାଟରେ ଲେଖିଦେଲେ ହତ୍ୟା ଧମକ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ପ୍ରଥମେ ଚୋରି କରି ନିଆଁ ଲଗାଇଲେ , ପରେ କବାଟରେ ଲେଖିଦେଲେ ହତ୍ୟା ଧମକ

Key Points

ଏପରି ଘଟଣା ଯାହା କୌଣସି ଫିଲ୍ମର ସ୍କ୍ରିପ୍ଟଠାରୁ ମଧ୍ୟ କମ ନୁହେଁ । ଚୋରି ପରେ କବାଟରେ ଲେଖିଦେଇଗଲେ କିଛି ଏମିତି ତଥ୍ୟ ଯାହାକୁ ଦେଖି ଛାନିଆ ହୋଇ ଯାଇଥିଲେ ସ୍ଥାନୀୟ ଲୋକେ ତଥା ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ । ଏପରି ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ପୁରୁଣା ପୋଲିସ ଲାଇନରେ ଥିବା ଏକ ଘରୋଇ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ।

ପ୍ରଥମେ ଚୋରି ପୁଣି ହତ୍ୟା ଧମକ । ଏପରି ଘଟଣା ଯାହା କୌଣସି ଫିଲ୍ମର ସ୍କ୍ରିପ୍ଟଠାରୁ ମଧ୍ୟ କମ ନୁହେଁ । ଚୋରି ପରେ କବାଟରେ ଲେଖିଦେଇଗଲେ କିଛି ଏମିତି ତଥ୍ୟ ଯାହାକୁ ଦେଖି ଛାନିଆ ହୋଇ ଯାଇଥିଲେ ସ୍ଥାନୀୟ ଲୋକେ ତଥା ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ । ଏପରି ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ପୁରୁଣା ପୋଲିସ ଲାଇନରେ ଥିବା ଏକ ଘରୋଇ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ।

ଗତକାଲି ବିଳମ୍ବିତ ରାତିରେ ସେହି ଶିକ୍ଷାନୁଷ୍ଠାନରେ ପଶି ହାର୍ଡ ଡିସ୍କ ଭଳି କିଛି ଜିନିଷ ଚୋରି କରିଥିଲା ଦୁର୍ବୃତ୍ତ । ପରେ କମ୍ପ୍ୟୁଟର, ଏସି ସମେତ ବହୁ ଆସବାବ ପତ୍ର ନିଆଁ ଲଗାଇ ନଷ୍ଟ କରିଦେଇଥିଲା । ପରେ କବାଟରେ ଲେଖିଥିଲା ହତ୍ୟା କରିବାର ଧମକ । ଦୁର୍ବୃତ୍ତ ଜଣକ କବାଟରେ ଲେଖିଥିଲେ, "ମୁଁ କେବଳ ତୋ ପାଇଁ ଆସିଛି, ଏତେ ସହଜରେ ମୁଁ ତୋତେ ମାରିବି ନାହିଁ, ତୋତେ ଟର୍ଚ୍ଚର କରି ମାରିବି " । ଆଜି ସକାଳୁ ସ୍ଥାନୀୟ ଲୋକେ ନିଆଁ ଲାଗିଥିବାର ଦେଖି ଦମକଳବାହିନୀକୁ ଜଣାଇଥିଲେ । ଘଟଣାସ୍ଥଳରେ ଦମକଳାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅନ୍ୟପଟେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି l ତେବେ କିଏ ଏପରି କାଣ୍ଡ ଘଟାଇଛି ଏବଂ କାହିଁକି ଏପରି କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
First theft and then gave death threats | Argus News