Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ମାଛ, ମଟନ, ଚିକେନର ତିଅଣ ବାସ୍ନାରେ ମହକିଲା ରାଜଧାନୀ ଭୁବନେଶ୍ୱର

Banajyotshna Ray
Browse all articles by Banajyotshna Ray
·9 months ago·1 min read
ମାଛ, ମଟନ, ଚିକେନର ତିଅଣ ବାସ୍ନାରେ ମହକିଲା ରାଜଧାନୀ ଭୁବନେଶ୍ୱର

Key Points

ପ୍ରି ଛାଡଖାଇରେ ହୁଲୁସ୍ତୁଲ୍ ଆମିଷ ମାର୍କେଟ
ମାଛ, ମଟନ, ଚିକେନର ତିଅଣ ବାସ୍ନାରେ ମହକିଲା ରାଜଧାନୀ ଭୁବନେଶ୍ୱର
ଭଲ ବ୍ୟବସାୟ ଯୋଗୁଁ ମାଲେମାଲ ଆମିଷ ବ୍ୟବସାୟୀ

ଆଗକୁ ଆସୁଛି ଧର୍ମ ମାସ କାର୍ତିକ । ତେଣୁ କାର୍ତ୍ତକ ପୂର୍ବରୁ ଆଜି ଘରେ ଘରେ ଜମିଛି ଆମିଷର ଆସର। ସକାଳୁ ସକାଳୁ ୟୁନିଟ-୪ ସମେତ ରାଜଧାନୀର ବିଭିନ୍ନ ଆମିଷ ମାର୍କେଟରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଖଚାଖଚ୍ ଭିଡ଼। ଗତକାଲି ଶନିବାର କାରଣରୁ ଆମିଷ ବଜାର ଉପରେ ଏହାର ପ୍ରଭାବ ପଡ଼ିଥିଲା, କାଁ ଭାଁ ଗ୍ରାହକ ବଜାରକୁ ଯାଇ ଆମିଷ କ୍ରୟ କରିଥିଲେ। ତେବେ ଆଜି ରବିବାର ହୋଇଥିବାରୁ ବଜାରରୁ ମଟନ, ଚିକେନ, ମାଛ, ଚିଙ୍ଗୁଡ଼ି, କଙ୍କଡା ବୋହି ନେଇଛନ୍ତି ଗ୍ରାହକ, ଆଉ ଘରେ ପ୍ରସ୍ତୁତ କରିଛନ୍ତି ଭଳିକି ଭଳି ସୁସ୍ଵାଦୁ ତିଅଣ।

ଗ୍ରାହକଙ୍କ ଚାହିଦା ଅନୁଯାୟୀ ଆମିଷ ବଜାରରେ ଚଳିତ ଥର ଦର ବି ବେଶ ଚଢା ରହିଥିବା ଦେଖିବାକୁ ମିଳିଛି। ମଟନ କେଜି ପ୍ରତି ରେଟ୍ ୮୦୦ ଟଙ୍କାରୁ ଉର୍ଦ୍ଧ୍ବ ରହିଥିବା ବେଳେ ଇଲିସି କେଜି ପାଖାପାଖି ୧୨୦୦, ବାଗଦା ଚିଙ୍ଗୁଡ଼ି ୮୦୦, ପାମ୍ପ୍ଲେଟ ୮୦୦, କଙ୍କଡା ୫୦୦ ରୁ ୨୨୦୦ ମଧ୍ୟରେ ରହିଛି। ସେହିପରି xl କଙ୍କଡ଼ା ୧୮୦୦ଟଙ୍କା ରହିଥିବା ବେଳେ xxL କଙ୍କଡ଼ା କେଜି ୨୨୦୦ ଟଙ୍କା ରହିଛି । ସେହିପରି ରୋହି ,ଭାକୁର ୨୦୦, ଭେଟକି ମାଛ କେଜି ପ୍ରତି ୫୦୦ ଟଙ୍କା ଥିବା ବେଳେ ଖଇଙ୍ଗା ୫୫୦ରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଗ୍ରାହକଙ୍କ ଚାହିଦା ଦେଖି ରାଜ୍ୟ ସମେତ ରାଜ୍ୟ ବାହାରୁ ମାଛ, ଛେଳି ଆମଦାନୀ କରାଯାଇଛି ।


କାର୍ତିକ ପୂର୍ବରୁ ଭଲ ବ୍ୟବସାୟ ହୋଇଥିବା କହିଛନ୍ତି ବ୍ୟବସାୟୀ । ନବରାତ୍ରୀ ଓ ଦଶହରାପୂଜା ଥିବାରୁ କିଛି ଦିନ ଧରି ଆମିଷ ବେପାର ଟିକେ ମାନ୍ଦା ପଡିଥିଲା। ଆଗକୁ କାର୍ତ୍ତକ ମାସ ଥିବାରୁ ଆଜି ଆମିଶ ବଜାରରେ ଜମିଛି ପ୍ରବଳ ଭିଡ଼ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Odisha Update | “Odor of Fish, Mutton & Chicken Pervades Capital Bhubaneswar | Argus News | Argus News