Fishermen Alert / ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ
·35 mins ago·1 min read

Key Points
ମତ୍ସ୍ୟଜୀବୀଙ୍କୁ ଜିଲ୍ଲା ପ୍ରଶାସର ସଚେତନତା
୧୮ରୁ ୨୧ ତାରିଖ ଯାଏଁ ସମୁଦ୍ର ମନା
କୂଳକୁ ଫେରିଆସିବାକୁ ପରାମର୍ଶ
ଗଞ୍ଜାମ ଆର୍ଯ୍ୟପଲ୍ଲୀ ଜେଟିରେ ଲାଗିଲା ଶହ ଶହ ଡଙ୍ଗା

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି । ନଭେମ୍ବର ୧୮ରୁ ୨୧ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ଯଥାଶୀଘ୍ର ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ତେଣୁ ଗଞ୍ଜାମ ଆର୍ଯ୍ୟପଲ୍ଲୀ ଜେଟିର ଶହ ଶହ ମସ୍ୟଜୀବ ଫେରିଆସିଛନ୍ତି । କୂଳରେ ନିଜ ଡଙ୍ଗା ସହ ଜାଲକୁ ସାଇତି ରଖିଛନ୍ତି।
ଆସନ୍ତା କାଲି ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପାଣିପାଗ ଅଶାନ୍ତ ରହିବ। ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ। ମଝିରେ ମଝିରେ ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। କେବଳ ପବନ ନୁହେଁ, ସମୁଦ୍ରର ଅବସ୍ଥା ମଧ୍ୟ ରୁକ୍ଷରୁ ଅତ୍ୟନ୍ତ ରୁକ୍ଷ ରହିବାର ଆଶଙ୍କା ରହିଛି। ଫଳରେ ମାଛ ଧରିବା ପାଇଁ ସମୁଦ୍ରକୁ ଯିବା ମତ୍ସ୍ୟଜୀବୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ୨ ଦିନ ପାଇଁ ସମୁଦ୍ରକୁ ନୋ ଏଣ୍ଟ୍ରି!
ପଢନ୍ତୁ ଏହି ଖବର: ପୁଣି ଆଉ ଏକ ବାତ୍ୟା ମାଡ଼ି ଆସୁଛି; ୩ଦିନରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ
ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଆସନ୍ତା କାଲି ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନେ ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଫେରିଆସିବା ଜରୁରୀ। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories