Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁର ବସ ଦୁର୍ଘଟଣାରେ ୫ ମୃତ

Smruti Parija
Browse all articles by Smruti Parija
·2 years ago·2 min read
ଯାଜପୁର ବସ ଦୁର୍ଘଟଣାରେ ୫ ମୃତ

ଯାଜପୁର:  ଯାଜପୁର ଜିଲ୍ଲା କୁଆଖିଆ ନିକଟ ବାରବାଟୀ ଛକ ବ୍ରିଜ ଉପରୁ ସୋମବାର ରାତି 9ଟାରେ କାଳିଆ ନନା ନାମକ ବସ୍ ନଂ-ଓଡି-୦୪ବିଜେ ୮୫୯୯ ତଳକୁ ଖସିବା ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୪୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଟକ ଏସସିବି ମେଡ଼ିକାଲରେ ସମୁଦାୟ ୪୦ ଜଣ ଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଥିବା ବେଳେ ୨୭ ଜଣ ପୁରୁଷ ଓ ଦୁଇ ଜଣ ପିଲା ଅଛନ୍ତି। ଦୁଇ ଜଣ ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ଯାତ୍ରୀଙ୍କୁ ଆଇସିସିୟୁରେ ଭର୍ତ୍ତି କରାଯାଇଛି ।  

ଏଥିରେ ଜଣେ ପୁରୁଷ ଆଉ ଜଣେ ପିଲା ଅଛନ୍ତି । ସମସ୍ତଙ୍କ ଚିକିତ୍ସା ଚାଲିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା ଅନୁସାରେ ବସରେ 47 ଜଣ ଯାତ୍ରୀ ଥିଲେ । ତେବେ କାଳିଆନନା ବସ ପୁରୀରୁ କୋଲକତା ହଳଦିଆ ଯାଉଥିଲା । ଏସସିବିରେ ୭ଟି ଆଇସିୟୁ ବେଡ ପ୍ରସ୍ତୁତ କରି ରଖାଯାଇଛି । 

ଅର୍ଥୋପେଡିକ, ନ୍ୟୁରୋଲଜି, ସର୍ଜରୀ, ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହ ସମୁଦାୟ ୪୦ ଜଣ ଡାକ୍ତରୀ ଟିମ୍ ଆହତ ଓ ଗୁରୁତର ଆହତ ଯାତ୍ରୀଙ୍କ ଚିକିତ୍ସା କରୁଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ହେଲେ ସେମାନଙ୍କ ପରିଚୟ ଯାଞ୍ଚ ପରେ ସେମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯିବ । ଆବଶ୍ୟକ ପଡିଲେ ଟୋଲ ଫ୍ରି ନମ୍ବରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସସିବି ମେଡ଼ିକାଲ ପ୍ରଶାସନିକ ଅଧିକାରୀ ଡାକ୍ତର ଅଭିନାଶ ରାଉତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଯାଜପୁର ସଡକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ଲାଗି ଘୋଷଣା କରିଛନ୍ତି । ସେପଟେ ଏ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।  


 

Sponsored
five-killed-in-bus-accident- | Argus News