Videos
|
Odisha

ଲାଲଗଡ଼ରେ ମାଓବାଦ ଉପରେ ଶକ୍ତ ପ୍ରହାର

Smruti Parija
Browse all articles by Smruti Parija
·1 year ago·2 min read
ଲାଲଗଡ଼ରେ ମାଓବାଦ ଉପରେ ଶକ୍ତ ପ୍ରହାର

Key Points

  • ଲାଲଗଡ଼ରେ ମାଓବାଦ ଉପରେ ଶକ୍ତ ପ୍ରହାର
  • ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ସ୍ମାରକୀ ସ୍ତମ୍ଭ ଉପରେ ଚାଲିଲା ବୁଲଡୋଜର
  • ଏନକାଉଣ୍ଟରରେ 5 ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ଯବାନ
  • ନକ୍ସଲଙ୍କ ଆଡ୍ଡା ଧ୍ବଂସ କରିବାକୁ ଆହ୍ବାନ ଦେଇଥିଲେ ମୋଦି, ଶାହ
  • 2026 ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଚାଲିଛି ଜୋରଦାର ଅପରେସନ
     

ଅର୍ଗସ ବ୍ୟୁରୋ: ଶେଷ ନିଶ୍ବାସ ନେଉଛି ମାଓବାଦ। ଛତିଶଗଡ଼ରେ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ଆଉ 5 ନକ୍ସଲ । ଗୁଳି ବିନିମୟରେ 2 ଜଣ ଯବାନ ବି ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଏୟାରଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଛି। କୋଣ୍ଡାପାଲିରେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ନୂଆ କ୍ୟାମ୍ପ୍ ପ୍ରତିଷ୍ଠା କରାଯିବା ସହ କିଛି ଦିନ ହେଲା ଜୋରଦାର କରାଯାଇଛି ମାଓ ବିରୋଧୀ ଅପରେସନ। ଅପରେସନରେ ମହାରାଷ୍ଟ୍ରର C60 କମାଣ୍ଡୋ ବି ସାମିଲ ହୋଇଛନ୍ତି ।

ଚଳିତ ସପ୍ତାହରେ ବିଜାପୁରରେ 8 ଲକ୍ଷ ଇନାମୀ ମାଓ କମାଣ୍ଡର ସମେତ 3 ନକ୍ସଲଙ୍କୁ ନିପାତ କରିଥିଲେ ଯବାନ । ଉସୁର-ବସାଗୁଡ଼ା-ପାମେଡର ଘଞ୍ଚ ଜଙ୍ଗଲ ଭିତରେ କମ୍ବିଂ ଅପରେସନରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିଲେ। ବିଜାପୁର ପୋଲିସ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ତିନି ମାସ ଭିତରେ ଶତାଧିକ ମାଓବାଦୀ ନିପାତ ହୋଇଛନ୍ତି ।

ବିଜାପୁର ଜିଲ୍ଲା କୋଣ୍ଡାପାଲି ଗାଁ ମୁଣ୍ଡରେ ଥିବା ନକ୍ସଲଙ୍କ ଦୁଇ ସ୍ମାରକୀ ସ୍ତମ୍ଭ ଉପରେ ବି  ଚଳାଯାଇଛି ବୁଲଡୋଜର  । 30 ଫୁଟ ଓ 20 ଫୁଟ ଉଚ୍ଚ ଦୁଇ ସ୍ତମ୍ଭ ମାଟିରେ ମିଶିଛି । ନକ୍ସଲଙ୍କ ଆଡ୍ଡା ସଫା କରିବାକୁ DRGA, STF ଓ BSF ଯବାନ ମିଳିତ ଅପରେସନ୍ ଚଳାଇଛନ୍ତି। ବିଜାପୁର ଜିଲ୍ଲାର କୋଣ୍ଡାପାଲି ଗାଁକୁ ଦୁର୍ଗ ବନାଇଥିବା ନକ୍ସଲଙ୍କୁ ସଫା କରିବାକୁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ ।

ଛତିଶଗଡ଼ ସମେତ ମାଓ ପ୍ରଭାବିତ 8 ରାଜ୍ୟରେ 2026 ମାର୍ଚ୍ଚ ସୁଦ୍ଧା ମାଓବାଦର ମୂଳପୋଛ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ମାଓ ଦମନ ନୀତି ଫଳରେ ଏବେ ଶେଷ ନିଶ୍ବାସ ନେଉଛି ମାଓବାଦ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
five-maoist-encounter-in-chhatishgarh | Argus News