Videos
|
Odisha

Orangutan Rescue / ଉଦ୍ଧାର ୫ ଓରାଙ୍ଗଓଟାନଙ୍କୁ ନେଇ ବଢୁଛି ରହସ୍ୟ...ବାଲେଶ୍ବର ଭୋଗରାଇକୁ ଆସିଲେ କେମିତି ?

Ritu Das
Browse all articles by Ritu Das
·39 mins ago·2 min read
ଉଦ୍ଧାର ୫ ଓରାଙ୍ଗଓଟାନଙ୍କୁ ନେଇ ବଢୁଛି ରହସ୍ୟ...ବାଲେଶ୍ବର ଭୋଗରାଇକୁ ଆସିଲେ କେମିତି ?
India

Key Points

ବିରଳ ଓରାଙ୍ଗଓଟାନକୁ କିଏ ଓଡ଼ିଶା ଆଣିଥିଲା ସେ ନେଇ ଚାଲିଛି ଖୋଳତାଡ଼ 
ବିରଳ ଓରାଙ୍ଗଓଟାନକୁ କିଏ ଓଡ଼ିଶା ଆଣିଥିଲା ସେ ନେଇ ଚାଲିଛି ଖୋଳତାଡ଼ । ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ STF ଓ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ WCCB ଟିମ୍ । ସବୁଠୁ ବଡ଼ ପ୍ରଶ୍ନ ବୋର୍ଣ୍ଣିଓ ବା ସୁମାତ୍ରା ଅଞ୍ଚଳରେ ଦେଖାଯାଉଥିବା ଏ ପ୍ରାଣୀ ଭୋଗରାଇ ଜଙ୍ଗଲରେ ପହଞ୍ଚିଲେ କେମିତି ? ଓରାଙ୍ଗଉଟାନ ମିଳିବା ପଛରେ ରହିଛି କି ଅନ୍ତର୍ଜାତୀୟ ସ୍ମଗଲିଂ ରାକେଟ ? ଏ ଦିଗରେ ତଦନ୍ତ ଚାଲିଥିବାବେଳେ ଭୋଗରାଇ ପରେ ପଶ୍ଚିମବଙ୍ଗର ଦୀଘା ଯାଇଛି ତଦନ୍ତକାରୀ ଟିମ୍ । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା ସହ ରୁଟ୍ ଲାଇନ, CCTV ଫୁଟେଜ୍ ଓ ପୂର୍ବରୁ ଘଟିଥିବା ୱାଇଲ୍ଡଲାଇଫ୍ ସମ୍ପର୍କିତ ଘଟଣାର ତଥ୍ୟ ଯାଞ୍ଚ କରାଯାଉଛି।

ଏପଟେ ନନ୍ଦନକାନନରେ ଚାଲିଛି ୫ ଓରାଙ୍ଗଉଟାନଙ୍କ ଚିକିତ୍ସା । ଏମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ପ୍ରାଣୀ ଚିକିତ୍ସକ, ବିଶେଷଜ୍ଞ ଓ ଜଙ୍ଗଲ ବିଭାଗର ବୈଜ୍ଞାନିକ ସେମାନଙ୍କୁ କ୍ଲୋଜ୍ ମନିଟରିଂରେ ରଖିଛନ୍ତି । ଏହି ସମୟରେ ସାମ୍ନାକୁ ଆସିଛି ସେମାନଙ୍କ ଆଚରଣ ଓ ବିଚରଣର ଏ ଭିଡିଓ । ତେବେ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଗୋଟିଏ ଓରାଙ୍ଗଉଟାନର ଜ୍ୱର ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଥଣ୍ଡା ଲକ୍ଷଣ ଦେଖାଦେଇଥିଲା । ଆବଶ୍ୟକୀୟ ଔଷଧ ଦିଆଯିବା ପରେ ବର୍ତ୍ତମାନ ସେମାନଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି। ମହୀଶୂର ଜୁ’ରେ ଓରାଙ୍ଗଉଟାନ ଥିବାରୁ ସେଠାକାର ବିଶେଷଜ୍ଞ ଓ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଆଯାଉଛି ।

ସେହି ପରାମର୍ଶ ଆଧାରରେ ସେମାନଙ୍କ ଖାଦ୍ୟ ଓ ଯତ୍ନ ବ୍ୟବସ୍ଥା କରାଯାଉଛି । ଆଗାମୀ ଦିନରେ ଏମାନଙ୍କର ବିଭିନ୍ନ ନମୁନା ସଂଗ୍ରହ କରାଯିବ। ଡିଏନ୍‌ଏ ସମେତ ଆବଶ୍ୟକୀୟ ଅନ୍ୟାନ୍ୟ ନମୁନା ପରୀକ୍ଷା ପାଇଁ ପଠାଯିବ । ଏହି ପରୀକ୍ଷାର ରିପୋର୍ଟ ମିଳିବା ପରେ ସେମାନଙ୍କ ପ୍ରଜାତି, ଉତ୍ସ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ। ତେବେ ନ୍ୟାସନାଲ ଜୁ ଅଥରିଟିଙ୍କ ଅନୁମତି ମିଳିବା ପରେ ନନ୍ଦନକାନନରେ ସେମାନଙ୍କୁ ରଖିବା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଅନ୍ୟପଟେ ଏମାନେ କେଉଁଠୁ ଓ କେମିତି ଆସିଲେ ତାର ତଦନ୍ତ ଚାଲିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

  • ମନ୍ତ୍ରୀ ନନ୍ଦନକାନନ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି 

ସେପଟେ ଓରାଙ୍ଗଉଟାନ ଠାବ ହେବା ପୂର୍ଵ ରାତିରେ ବାଲେଶ୍ବର ବିଚିତ୍ରପୁର ରାସ୍ତାରେ ଏକ କଳା ରଙ୍ଗର ଥାର ଯିବା ରାତି ୧୧ ଟା ୩୫ ଏବଂ ପୁଣି ୧୧ଟା ୪୭ ସୁଦ୍ଧା ଫେରିବାକୁ ନେଇ ସନ୍ଦେହ ବଢିଛି। ଯାହା ବନ ବିଭାଗ ଉପରେ ଅଧିକ ସନ୍ଦେହ ବଢ଼ାଇଛି। ସ୍ଥାନୀୟ ଲୋକେ କହୁଛନ୍ତି ରାତିରେ ଏକ କଳା ରଙ୍ଗର ଗାଡି ଦେଖିଛନ୍ତି । ସେହି ବୟାନକୁ ନେଇ ଖୋଳତାଡ ପରେ ସାମ୍ନାକୁ ଆସିଛି ଏକ ସିସିଟିଭି ଫୁଟେଜ। ଯେଉଁଥିରେ ଗାଡି ଟି ଯାଇ କିଛି ସମୟ ପରେ ଫେରି ଆସିଛି । ଯାହା ଏବେ ଘଟଣା ଉପରେ ଅଧିକ ସନ୍ଦେହ ବଢ଼ାଉଛି । ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଏଁ STF ତଦନ୍ତ ଚାଲିଥିବାବେଳେ ଏହା ଉପରେ ରହିଛି ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Five Orangutans Rescued in Balasore, Mystery Deepens Over Their Arrival | Argus News