Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯମଯନ୍ତ୍ରଣା ଭୋଗୁଛନ୍ତି ୫ ପଞ୍ଚାୟତବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଯମଯନ୍ତ୍ରଣା ଭୋଗୁଛନ୍ତି ୫ ପଞ୍ଚାୟତବାସୀ

Key Points

ରାସ୍ତା ପାଲଟିଛି ମରଣଯନ୍ତା
ଯମଯନ୍ତ୍ରଣା ଭୋଗୁଛନ୍ତି ୫ ପଞ୍ଚାୟତବାସୀ

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ୧୮ ନମ୍ବର ଜାତୀୟ ରାଜପଥର ଜରକାଠାରୁ ବୈଦ୍ୟପୁର ଏବଂ ବୈଦ୍ୟପୁରଠାରୁ ମେରଦା ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବୈମାତୃକ ମନୋଭାବ ପାଇଁ ସାଧାରଣ ଲୋକେ ଭୋଗୁଛନ୍ତି ଯମଯନ୍ତ୍ରଣା । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ଯିବା ଆସିବାରେ ଦେଖା ଦେଉଛି ସମସ୍ୟା । ଚାରିଆଡେ ଖାଲ ଖମାରେ ଭର୍ତ୍ତି, ତା ସାଙ୍ଗକୁ କାଦୁଅ ପଚପଚ । ଫଳରେ ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା । ଏହି ରାସ୍ତା ଉପରେ ମେରଦା, ରଘୁପୁର୍, ମୁକ୍ତାପୁର୍, ସନ୍ତରା ଏବଂ ଅଁଳା ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ରାସ୍ତା ଅବସ୍ଥା ଖରାପ ଯୋଗୁଁ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ଖଟିଆ କିମ୍ବା ଭାରାରେ ନେବାକୁ ପଡୁଥିବା କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ ।

ତେବେ ବାରମ୍ବାର ଅଭିଯୋଗ ପରେ ଲୋକମାନଙ୍କର ଯାତାୟାତର ସୁବିଧା ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୭ କିଲୋମିଟର ରାସ୍ତା ତିଆରି ନିମନ୍ତେ ୨ କୋଟି ୪୮ ଲକ୍ଷ ୮୮ ହଜାର ୯ ଶହ ୬୪ ଟଙ୍କା ମଞ୍ଜୁର କରାଯାଇଥିଲା । ତେବେ ଏହି ରାସ୍ତା କାର୍ଯ୍ୟ ୮ ଅକ୍ଟୋବର ୨୦୨୧ ରେ ଆରମ୍ଭ ହୋଇଥିବା ବେଳେ ୭ ଜୁଲାଇ ୨୦୨୨ରେ କାର୍ଯ୍ୟ ଶେଷ ହେବ ବୋଲି ଫଳକରେ ଉଲ୍ଲେଖ ରହିଛି । ହେଲେ ଆଜି ରାସ୍ତାର ଅବସ୍ଥା ବେହାଲ୍ । ନିମ୍ନ ମାାନର ରାସ୍ତା କାମ କରି ବିଭାଗୀୟ ଅଧିକାରୀ ପିସି ନେଇ କୋଟି କୋଟି ଟଙ୍କା ବାଟବଣା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଖବର ପ୍ରସାରଣ ହେବା ପରେ କେବେ ରାସ୍ତା ସମସ୍ୟାର ସମାଧାନ ହେଉଛି, ତାକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
five-panchayat-residents-are-suffering-from-road-problem | Argus News