ଭୁଲ ଇଞ୍ଜେକ୍ସନ ଯୋଗୁଁ ଗୋଟିଏ ରାତିରେ ଚାଲିଗଲା ୫ ଜଣଙ୍କ ଜୀବନ

Key Points
ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ !
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ବଡ଼ ଅଘଟଣ
ଗୋଟିଏ ରାତିରେ ଚାଲିଯାଇଛି ୫ ଜଣଙ୍କ ଜୀବନ
ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ବଡ ଅଘଟଣ । ଗୋଟିଏ ରାତିରେ ଚାଲିଯାଇଛି ୫ ଜଣଙ୍କ ଜୀବନ । ୫ ଜଣଙ୍କ ମଧ୍ୟରୁ ୩ ରୋଗୀ ICUରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ଦୁଇଜଣ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ।
ହଠାତ୍ ରାତି ୧୧ ପରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ତିନି ଜଣଂକ ମୃତ୍ୟୁ ହୋଇଥିବା ବେଳେ ବେଡ଼ରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତୁରନ୍ତ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପୋଲିସ ପକ୍ଷରୁ ପୋଲିସ ମୃତୟନ କରା ଯାଇଥିଲା। ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଆଇସିୟୁରେ ଅପରେସନ ପରେ ରୋଗୀ ଠିକ୍ ଥିଲେ। ରାତ୍ରୀ କାଳୀନ ଦାୟିତ୍ଵରେ ଥିବା କର୍ମଚାରୀ କିଛି ଇଞ୍ଜେକ୍ସନ ଦୁଇ ଥର ଦେଇଥିଲେ। ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ରୋଗୀଙ୍କ ମୃତ୍ୟୁ ହୋଇଥିଲା। ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଭୁଲ ଇଞ୍ଜେକ୍ସନ ଦେଇ ଦେବାରୁ ଏପରି ହୋଇଛି।
📱 Get Argus News App
✨ଘଟଣାକୁ ନେଇ ହସ୍ପିଟାଲରେ ରାତିରୁ ଉତ୍ତେଜନା ଲାଗି ରହିଛି । ଉତ୍ତେଜନାକୁ ଦୃଷ୍ଟି ରଖି ପୋଲିସ ମୁତୟନ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟର କାରଣ ଉପରୁ ହଟିବ ପରଦା ।