ରାତିରେ ଭୋଜି କରୁଥିଲେ, ଦିନରେ ଚାକିରି ଗଲା
·1 year ago

Key Points
ଜିଲ୍ଲାପାଳଙ୍କ ବାସ ଭବନରେ କରୁଥିଲେ ଭୋଜି ଆସର
ଏସପି ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଚାକିରିରୁ ହେଲେ ନିଲମ୍ବିତ
ବାଲେଶ୍ବର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ କାର୍ଯ୍ୟରତ କନେଷ୍ଟବଳଙ୍କ ଜନ୍ମଦିନ ଭୋଜି ପଡିଲା ମହଙ୍ଗା । ଜଣେ ହାବିଲଦାର, ୪ କନ୍ଷ୍ଟେବଲ୍ ନିଲମ୍ବିତ । ଗତ ବୁଧବାର ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ରେସିଡେନ୍ସିରେ ମଦ ମାଂସ ଭୋଜି ହେଉଥିବା ଯୋଗୁଁ ଵାଲେଶ୍ବର ଏସପି ଏଭଳି କାର୍ଯ୍ୟନୁଷ୍ଠାନ ନେଇଛନ୍ତି। ଜଣେ ହାବିଲଦାରଙ୍କ ସମେତ ୪ ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି।
ନିଲମ୍ବିତ କର୍ମଚାରୀ ହେଉଛନ୍ତି କନ୍ଷ୍ଟେବଲ୍ ହେଲେ ସିଦ୍ଧେଶ୍ବର ଗୋଚ୍ଛାୟତ, ଦେବ ମାଝୀ, ସୁଧାଂଶୁ ଜେନା, ରାମଚନ୍ଦ୍ର ତପସ୍ବୀ । ନିଲମ୍ବିତ ହୋଇଥିବା ହାବିଲଦାର୍ ହେଉଛନ୍ତି ହେମନ୍ତ ବାରିକ। କାର୍ଯ୍ୟରେ ଅବହେଳା ପାଇଁ ବାଲେଶ୍ୱର ଏସ୍ପି ଏମାନଙ୍କୁ ସସ୍ପେଣ୍ଡ୍ କରିଛନ୍ତି। କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗ ଆସିବା ପରେ ଏସ୍ପି ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: