ନାଲିମାଟି ଭରସାରେ ୫ଖଣ୍ଡ ଗାଁ

ନବରଙ୍ଗପୁର ଝରୀଗାଁ ବ୍ଲକର ଅବହେଳିତ ପଞ୍ଚାୟତ ଗୁରୁସିଙ୍ଗା । ଏମିତି ଏକ ପଞ୍ଚାୟତ ଯେଉଁଠି ପ୍ରାୟ ଚାରି ପଞ୍ଚ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଭରି ରହିଛି ସମସ୍ୟାର ଗନ୍ତାଘର। ପଞ୍ଚାୟତର ମଇନାପଦର,ଜିତ୍ରୁସାହି, ଧୋବାସାହି, ବାଇଁକାଧୋଡ଼ି ଆଦି ଗାଁରେ ପାଖାପାଖି ଦୁଇହଜାର ଲୋକ ବସବାସ କରନ୍ତି। ମାତ୍ର ବିକାଶ କଣ ଲୋକେ ଜାଣିପାରିଲେ ନାହିଁ। ଯୋଜନା ତ ପହଞ୍ଚିଛି ମାତ୍ର କିଛି ଅଧିକାରୀଙ୍କ ବାଟମରଣା ନୀତି ପାଇଁ ଯୋଜନା ଥାଇବି ଲୋକେ ହେଉଛନ୍ତି ହନ୍ତସନ୍ତ।
ମଇନାପଦର ଗାଁରେ ରାସ୍ତା ଏବଂ ପିଇବା ପାଣି ସମସ୍ୟା ଗ୍ରାମବାସୀଙ୍କୁ ପ୍ରତିଦିନ ହନ୍ତସନ୍ତ କରୁଛି। ଗାଁରେ ଗୋଟିଏ ମାତ୍ର ନଳକୂପରହିଛି। ତେଣୁ ଏଠାରେ ପାଣି ନେବା ପାଇଁ ଲୋକଙ୍କ ଭିଡ ଜମେ। ଗାଁ ମୁଣ୍ଡରେ ଏକ ସୋଲାର ପାଣି ଟାଙ୍କି ଅଛା। ଯାହା ଆରମ୍ଭରୁ ଅକାମି। ଦେଢ଼ ବର୍ଷ ହେଲା ଏଥିରୁ ଟୋପେ ପାଣଇ ବାହାରି ନଥିବା ଅଭିଯୋଗ ହୋଇଛି। ସେଭଳି ମଇନାପଦର ତଳସାହିରେ ମଧ୍ୟ ସମଦସା।
ପ୍ରତି ବର୍ଷ ଏହି ପାଞ୍ଚଖଣ୍ଡ ଗାଁକୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ଆସୁଛି। ମାତ୍ର ମାଟି ପକାଇ କାମ ସାରି ଦେଉଛନ୍ତି ଠିକାଦାର। ସେଭଳି ଜଳ ଯୋଗଣ ପାଇଁ ଅନେକ ଯୋଜନା ହେଉଛି କିନ୍ତୁ ଲୋକେ ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି।