ପିକ୍ଅପ୍ ଗାଡି ଧକ୍କାରେ ପାଞ୍ଚ ବର୍ଷ ଶିଶୁପୁତ୍ରର ମୃତ
·2 years ago·1 min read

ଅର୍ଗସ ବ୍ୟୁରୋ : ଧାମରାରୁ ବାସୁଦେବପୁର ଆସୁଥିବା ପିକ୍ଅପ୍ ଗାଡି ଧକ୍କାରେ ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଘଟଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାସୁଦେବପୁର ଥାନା ମନ୍ଦାରୀ ଚାଚିରି ଛକ ନିକଟରେ ମାଛ ବୋଝେଇ ପିକ୍ଅପ୍ ଧକ୍କା ଦେଇଛି ଏକ ୫ ବର୍ଷର ଶିଶୁପୁତ୍ରକୁ ଘଟଣା ସ୍ଥଳରେ ପିଲାଟିର ମୃତ ଘଟଛି । କ୍ଷତି ପୂରଣ ଦାବୀ ରେ ପରିବାର ଲୋକ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ମୃତ ଶିଶୁ ପୁତ୍ର ଜଣକ ହାଟ ସାହି ର କାହ୍ନୁ ଚରଣ ମଳିକ ଙ୍କ ପୁତ୍ର ବୋଲି ଜଣା ପଡିଛି । ଦୃତଗାମୀ ମାଛ ବୋଝେଇ ପିକ୍ଅପ୍ ଟି ଧକ୍କା ଦେଇ ନୟନ ଜୋରୀ ଙ୍କୁ ଓଲଟି ପଡିଛି । ସ୍ଥାନୀୟ ଲୋକେ ଡ୍ରାଇଭରକୁ ଧରି ପୋଲିସ୍ ରେ ଦେଇଛନ୍ତି । । ଘଟଣା ସ୍ଥଳରେ ତିନୋଟି ଥାନାର ଆଇଆଇସି ଉପସ୍ଥିତ ରହି ଘଟଣା ର ତଦନ୍ତ କରିବା ସହିତ ପରିବାର ଲୋକଙ୍କୁ ବୁଝା ସୁଝା କରୁଛନ୍ତି । ପରିବାର ର ଏକ ମାତ୍ର ଶିଶୁ ପୁତ୍ର କୁ ହରାଇ ଶୋକ ର ଛାୟା ଖେଳିଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: