ଦୁର୍ଗମର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

ଅର୍ଗସ ବ୍ୟୁରୋ: ଦୁର୍ଗମରେ ଉଡିଲା ତ୍ରିରଙ୍ଗା । ୭୬ ତମ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଉଡାଇ ନିଜକୁ ଗର୍ବ ଓ ଗୌରବ ଅନୁଭବ କରିଛନ୍ତି ଦୁର୍ଗମ ବାସୀ । ଦିନେ ଦୁର୍ଗମ ଅଞ୍ଚଳରେ ତ୍ରିରଙ୍ଗା ପତାକା ବଦଳରେ କଳା ପତାକା ଉଡାଉଥିଲେ ମାଓବାଦୀ । ଏବେ କଳା ପତାକା ବଦଳରେ ଦୁର୍ଗମରେ ଉଡିଲା ତ୍ରିରଙ୍ଗା ପତାକା ।
-ଦୁର୍ଗମ ଇଲାକା ରେ ସାଧାରଣ ତନ୍ତ୍ର ଦିବସ ପାଳିତ। ରାୟଗଡା ଜିଲ୍ଲାର ନିୟମଗିରିର ଦୁର୍ଗମ ପରସାଲି ଗ୍ରାମରେ ଉଡ଼ିଲା ତ୍ରିରଙ୍ଗା ଗାଁରେ ଦେଖିବାକୁ ମିଳିଛି ଦେଶ ପ୍ରେମ ଭାବନାର ଉତ୍ସାହ । ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ନିୟମଗିରିରେ ଛାତ୍ରଛାତ୍ରୀ ପୂର୍ବ ଭଳି ସ୍ଥିତି ନାହିଁ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ଵାରା ମାଓ ଗତିବିଧି ସମ୍ପୁର୍ଣ୍ଣ ଠପ ନିର୍ଭୟରେ ଉଡ଼ାଉଛନ୍ତି ତ୍ରିରଙ୍ଗା ।
📱 Get Argus News App
✨-ଦିନ ଥିଲା ସୀମା ବିବାଦ ଆଉ ମାଓ ଭୟ ଭିତରେ ଛନ୍ଦି ହୋଇଥିବା କୋଟିଆରେ ଉଡିଲା ତ୍ରିରଙ୍ଗା ବାନା, ନା ସୀମା ବିବାଦ ଭୟ ନା ଲାଲ ଆତଙ୍କ ର ଭୟ ଖୋଲା ଆକାଶ ତଳେ ଫୋର ଫୋର ହୋଇ ଉଡିଲା ତ୍ରିରଙ୍ଗା, କୋଟିଆ ଜନ ସାଧରଣ ଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ଆଉ ଛାତ୍ର ଛାତ୍ରୀ ମାନେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳିଲେ ଜାନୁଆରୀ ୨୬ l
-ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଞ୍ଚାୟତ ମାଓ ଇଲାକାରେ 76 ତମ ଗଣତନ୍ତ୍ର ଦିବସ ପାଳିତ। ବିଭିନ୍ନ ଗାଁରେ ଏବଂ ସରକାରୀ ସ୍କୁଲ ମାନଙ୍କରେ ଆନନ୍ଦର ସହ ପାଳନ ହୋଇଥିବା ବେଳେ ନାହିଁ ଭୟର ବାତାବରଣ। ଶାନ୍ତିର ସହ ହୋଇଛି ଗଣତନ୍ତ୍ର ଦିବସ ପାଳନ l ସାମିଲ ହୋଇଛନ୍ତି ଦୁର୍ଗମବାସୀ,ସ୍କୁଲ ପିଲା l