Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିଲିକା ମଝିରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଚିଲିକା ମଝିରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

Key Points

ପୁଣି ଚିଲିକା ମଝିରେ ଫଶିଲା ଭଷାପୋଲ । ଭଷାପୋଲରେ ୩ ରୁ ଉର୍ଦ୍ଧ୍ୱ ୪ ଚକିଆ ଯାନ । ୨୦ ରୁ ଉର୍ଦ୍ଧ୍ୱ ବାଇକ ଓ ୫୦ ଉର୍ଦ୍ଧ୍ୱ ଯାତ୍ରୀ ଫସି ରହିଛନ୍ତି । ଭଷା ପୋଲରେ ରହିଥିବା ଯାତ୍ରୀ ଭୟଭିତ ରହିଛନ୍ତି ।

ପୁରୀ: ପୁଣି ଚିଲିକା ମଝିରେ ଫଶିଲା ଭଷାପୋଲ । ଭଷାପୋଲରେ ୩ ରୁ ଉର୍ଦ୍ଧ୍ୱ ୪ ଚକିଆ ଯାନ । ୨୦ ରୁ ଉର୍ଦ୍ଧ୍ୱ ବାଇକ ଓ ୫୦ ଉର୍ଦ୍ଧ୍ୱ ଯାତ୍ରୀ ଫସି ରହିଛନ୍ତି । ଭଷା ପୋଲରେ ରହିଥିବା ଯାତ୍ରୀ ଭୟଭିତ ରହିଛନ୍ତି । ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରୀଙ୍କୁ ନେଇ ଆସୁଥିବା ସମୟରେ ଚିଲିକା ମଝିରେ ପୁଣି ଫସି ରହିଛି ଭଷାପୋଲ ।


ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହାଁନ୍ତି ଯାତ୍ରୀ । ଚିଲିକାରେ ଏଭଳି ବାରମ୍ବାର ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି । ଭଷାପୋଲଟି ଯାଉଥିବା ସମୟରେ ବ୍ରହ୍ମପୁର ନିକଟ ଚିଲିକା ମଝିରେ ୧ ଘଣ୍ଟା ଧରି ଅଟକି ରହିଛି । ଯାତ୍ରୀମାନେ ଭୟଭିତ ରହିଛନ୍ତି । ଚିଲିକାରେ କେତେବେଳେ ଡ଼ଙ୍ଗା ଓ କେତେବେଳେ ଭଷାପୋଲ ଫସି ରହୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାରମ୍ବାର ଯାତ୍ରୀଙ୍କ ଜୀବନ ବିପଦ ଆଡକୁ ଠେଲି ହୋଇଯାଉଛି । ଚିଲିକାର ୫ କିଲୋମିଟର ଜଳରାଶି ମଝିରେ ଏକମାତ୍ର ଯାତ୍ରୀ ଯିବା ଆସିବା ମାଧ୍ୟମ ପାଲଟିଥାଏ, ଡ଼ଙ୍ଗା ଓ ଭଷାପୋଲ । ଆଜି ଭଷାପୋଲ ସାତପଡ଼ା ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଚିଲିକା ମଝିରେ ଫସି ରହିଛି । ଭଷାପୋଲରେ ରହିଥିବା ଯାତ୍ରୀମାନେ ଭୟଭିତ ରହିଛନ୍ତି । ତେବେ ଚ୍ୟାନେଲ ପୋତି ହୋଇଯାଇଥିବା କାରଣରୁ ଭଷାପୋଲ ଅଟକି ରହୁଥିବା ଅନୁମାନ କରାଯାଉଛି ।

Sponsored
floating-bridge-is-stuck-again-between-chilika | Argus News