Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି

Odisha

ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି

Sangram Tripathy
Browse all articles by Sangram Tripathy
·1 year ago·1 min read
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି

ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦୦ ବନ୍ୟା ବିପନ୍ନ। ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ୍ ସମେତ ଅଗ୍ନିଶମ କର୍ମଚାରୀ ,ଅନ୍ୟପଟେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ବାଲିଆପାଳ ବ୍ଲକର  ଗାଁ ଗୁଡିକ ବୁଲି ଦେଖିବା ସହ ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ଲୋକ ମାନଙ୍କର ସୁଖ ଦୁଃଖ ପଚାରି ବୁଝିଛନ୍ତି । ଆଜି ୮ଟି ପଂଚାୟତ ରେ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ରହୁଥିବା  ଲୋକଙ୍କୁ ପ୍ରଶାସନ ତରଫରୁ  ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି । ଜଳ ବନ୍ଦୀରେ ରେ ଥିବା ଲୋକଙ୍କୁ ଚୁଡା ,ବିସ୍କୁଟ ,ଗୁଡ଼ ଓ ପାଣି ଯୋଗାଇ ଦିଆଯାଇଛି l ସ୍ଵାସ୍ଥ ବିଭାଗ ତରଫରୁ ଅସ୍ଥାୟୀ ଶିବିର କରି ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି ।ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ତୀକ୍ଷିଣ ନଜର ରଖିଛି ଜିଲ୍ଲା ପ୍ରଶାସନ। ସୁବର୍ଣ୍ଣରେଖା ଓ ବୁଡାବଳଙ୍ଗ ଓ ଜଳକାରେ ଜଳ ସ୍ତର କମୁଥିବାବେଳେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Flood control, rescue work continues in Baleshwar Vograi | Argus News