Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ଦିନ ହେଲା ଲଗାଣ ବର୍ଷାରେ ବେହାଲ ରାଉଲକେଲା , ବଢୁଛି ଜଳସ୍ତର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
୪ ଦିନ ହେଲା ଲଗାଣ ବର୍ଷାରେ ବେହାଲ ରାଉଲକେଲା , ବଢୁଛି ଜଳସ୍ତର

Key Points

ରାଉରକେଲା ବର୍ଷା ବାଲୁଘାଟ ଅଞ୍ଚଳରେ ପଶିଲା ପାଣି । ସେପଟେ ଉପର ମୁଣ୍ଡ ଝାଡଖଣ୍ଡ ରେ ମଧ୍ୟ ପ୍ରବଳ ବର୍ଷା ହେଉନଥିବାରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରୁଛି ।

ରାଉରକେଲାର 4 ଦିନ ହେଲା ଲଗାତାର ଭାବରେ ବର୍ସୁଛି ବର୍ଷା । ଫୁଲୁଛି କୋଏଲ ନଦୀ ସହ ଶଙ୍ଖ ନଦୀ ଫଳରେ ବ୍ରାହ୍ମଣୀ ନଦୀରେ ବଢୁଛି ପାଣି । ସେପଟେ ଉପର ମୁଣ୍ଡ ଝାଡଖଣ୍ଡ ରେ ମଧ୍ୟ ପ୍ରବଳ ବର୍ଷା ହେଉନଥିବାରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରୁଛି । ଆଉ ରାଉରକେଲା ର ତଳିଆ ଅଞ୍ଚଳ ବ୍ରାହ୍ମଣୀ ନଦୀ ଅବବାହିକା ବାଲୁଘାଟ ରେ ପଶିଛି ବ୍ରାହ୍ମଣୀ ନଦୀ ପାଣି ଯାହା ଫଳରେ ନୂଆଁ ବସ୍ତି , ପଲପଲ୍ ବସ୍ତି, ସର୍ଦ୍ଦାର ବସ୍ତି , ର 12 ଘର ଜଳ ବନ୍ଦୀ ଅବସ୍ତାରେ ।


ଲୋକେ ନାହିଁ ନ ଥିବା ହେଉଛନ୍ତି ହଇରାଣ । ପ୍ରତ୍ୟେକ ବର୍ଷ ବର୍ଷା ରେ ବାଲିଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ପାଣି ପଶି ଲୋକେ ହେଉଛନ୍ତି ଜଳ ବନ୍ଦୀ , ହେଲେ ପ୍ରଶାସନ ସ୍ଥାୟୀ ପ୍ରତିକାର କରୁନାହିଁ । ଯାହା ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood in Rourkela due to heavy rain | Argus News