୯ଟି ପଞ୍ଚାୟତର ହଜାର ହଜାର ଲୋକ ହିନସ୍ତା, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ

Key Points
100 ବର୍ଷର ରେକର୍ଡ ଭାଙ୍ଗିଲା ସୁବର୍ଣ୍ଣରେଖାର ବନ୍ୟା
ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
ନଳିତା, ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ
ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ବନ୍ୟା ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି । ଜୁନ୍ ୨୦ ତାରିଖରେ ପ୍ରଥମ ବନ୍ୟା ଦେଖା ଦେଇଥିଲା । ଦେଢ଼ ମାସ ମଧ୍ୟରେ ଛୋଟ ବଡ଼ ୫ ଥର ବନ୍ୟା ଆସିଥିବାବେଳେ ପୁଣି ଅଗଷ୍ଟ ୨୩ ତାରିଖ ଠାରୁ ଷଷ୍ଠ ବନ୍ୟା ଯୋଗୁଁ ବାଲିଆପାଳ ବ୍ଳକର ୯ଟି ପଞ୍ଚାୟତର ହଜାର ହଜାର ଲୋକଙ୍କୁ ହିନସ୍ତା କରିଛି । ପ୍ରଥମ ବନ୍ୟାରେ ହେକ୍ଟର ହେକ୍ଟର ପରିବା ଚାଷ ସମୂଳେ ନଷ୍ଟ ହୋଇଥିଲା ।
ଚୌଧୁରିକୁଦ, ବିଷ୍ଣୁପୁର, ଚଡ଼ବଢାପାଳ, ସୁଙ୍ଗମୁହ, ପାଳପଡାକୁଦମାନସିଂହ, ତଳ ବାଲିଆପାଳ, ଆଠବାଟିଆ, ଆଠ ମନୁନଗର, ରସୁଲପୁର, କୁହ୍ନାଚଡ଼, ନୟାବାଲି ବାଲି ପ୍ରଭୃତି ଅଞ୍ଚଳ ଗୁଡ଼ିକରେ ପରିବା ଚାଷ ନଷ୍ଟ ହୋଇଛି । ଏହାଛଡ଼ା ନଳିତା, ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ଚାଷ ବିଲରେ ପାଣି ଯେ ଯୋଗୁଁ ସବୁ ଧାନ ତଳି ପଚି ନଷ୍ଟ ହୋଇଛି । ପରିବାର ପ୍ରତିପୋଷଣ ଚିନ୍ତା ସହି ସହିତ ଧାର କରଜ କିପରି ପରିଶୋଧ କରିବେ ଚିନ୍ତାରେ ଚାଷୀକୂଳ ।
📱 Get Argus News App
✨ସରକାରୀ ସ୍ତରରେ ପ୍ରଥମ ବନ୍ୟାର କ୍ଷୟକ୍ଷତି ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ କି କୌଣସି ସହାୟତା ମଧ୍ୟ ସରକାର ଯୋଗାଇ ଦେଇ ନାହାନ୍ତି ବୋଲି ଶରତ ପ୍ରଧାନ, ସମୀର ସାହୁ, ରାଜେଶ ସାହୁ, ସନିଆ ଦଳାଇ, ଗୌତମ ପରିଡ଼ା, ପ୍ରଦୀପ ପାତ୍ର ପ୍ରମୁଖ ଚାଷୀ କହିଛନ୍ତି । ବନ୍ୟା ଆସିଲେ ମୁଠାଏ ଚୁଡ଼ା, ଗୁଡ ଏବଂ କେବେ କେବେ ରନ୍ଧା ଖାଦ୍ୟରେ ସରକାର କାମ ସାରିଦେଇ ବସିଯାଉଛନ୍ତି । ଗୃହପାଳିତ ଗୋରୁ ଗାଈ ଖାଇବାକୁ ନପାଇ ଡହଳବିକଳ ହେଉଛନ୍ତି ।