ବଢି ଛାଡ଼ିବା ପରେ ବଢିଯାଇଛି ବିପନ୍ନଙ୍କ ଦୁର୍ଦ୍ଦଶା

Key Points
ବାଲେଶ୍ବର ଓ ମୟୂରଭଞ୍ଜରେ ସୁଧୁରିଛି ବନ୍ୟା ସ୍ଥତି
ସୁବର୍ଣ୍ଣରେଖାରେ ବନ୍ୟା ଜଳ ହ୍ରାସ ଆଣିଦେଇଛି ଆଶ୍ବସ୍ତି
ବଢି ଛାଡ଼ିବା ପରେ ବଢିଯାଇଛି ବିପନ୍ନଙ୍କ ଦୁର୍ଦ୍ଦଶା
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘର ଓ ଚାଷ ବଢାଇଛି ଚିନ୍ତା
ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ କମିବା ପରେ ବାଲେଶ୍ବର ଜିଲ୍ଲାରେ ଧିରେ ଧିରେ ବନ୍ୟା ସ୍ଥିତି ସୁଧିରିବାରେ ଲାଗିଛି। ହେଲେ ଭୋଗରାଇର ଏବେବି ୧୫ ପଞ୍ଚାୟତ ଓ ବାଲିଆପାଳର ୫ଟି ପଞ୍ଚାୟତ ପାଣି ଘେରରେ ରହିଛି । ସମ୍ପୁର୍ଣ୍ଣଭାବେ ସ୍ଥିତିରେ ସୁଧାର ଆସିନଥିବା ବେଳେ ODRF , NDRF ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ ଟିମ୍ ତରଫରୁ ସ୍ପିଡ୍ ବୋଟ୍ ମୁତୟନ କରାଯାଇଛି । ସମ୍ପୁର୍ଣ୍ଣ ଅଞ୍ଚଳ ବନ୍ୟାଜଳ ଘେରରେ ରହିଥିବା ଯୋଗୁ ଅତ୍ୟାଆବଶ୍ୟକ ସାମଗ୍ରୀ ପାଇଁ ଏହି ସ୍ପିଡ୍ ବୋଟ ହିଁ ପାଲଟିଛି ସାହାରା। ବାଲିଆପାଳ ବିଷ୍ଣୁପୁର ପଞ୍ଚାୟତରେ ଜଣେ ଯୁବକ ବନ୍ୟାପାଣିରେ ଗାଧାଉଥିବା ବେଳେ ଭାସିଯାଇ ନିଖୋଜ ଅଛନ୍ତି ।
ଓଏଏସ ସଂଘର ଆନ୍ଦୋଳନ ଯୋଗୁଁ ବାଲେଶ୍ବର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି। ଯାହା ରିଲିଫ କାର୍ଯ୍ୟକୁ ପ୍ରଭାବିତ କରିଛି।
ସେପଟେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଲଘୁଚାପ ଜନିତ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ସ୍ଥିତି ଟଳିଛି । ଜିଲ୍ଲାର ବଡସାହି, ବେତନଟୀ, ଶୁଳିଆପଦା, ସାରସକଣା,ବାଙ୍ଗିରିପୋଷୀ, ଶ୍ୟାମାଖୁଣ୍ଟା, ବାରିପଦା, କୁଳିଅଣା, ବିଶୋଇ ଆଦି ବ୍ଲକଗୁଡ଼ିକରେ ବନ୍ୟା ସ୍ଥିତିରେ ଅନେକ ସୁଧାର ଆସିିଛି। ବନ୍ୟା ଯୋଗୁଁ ଜିଲ୍ଲାର ୬୩ଟି ଗ୍ରାମପଞ୍ଚାୟତର ୨୧୪ଟି ଗାଁର ୬ ହଜାର୪୭୦ ଜଣ ପ୍ରଭାବିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ପ୍ରାୟ ୫ହଜାର ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ବନ୍ୟା ଛାଡ଼ିବା ପରେ ଲୋକେ ଏବେ ଘରକୁ ଫେରି କ୍ଷତିଗ୍ରସ୍ତ ଘରକୁ ସଜାଡୁଛନ୍ତି ।
📱 Get Argus News App
✨ବନ୍ୟା ପରେ ସଂକ୍ରମିତ ରୋଗକୁ ରୋକିବା ପାଇଁ ଡାକ୍ତରୀ ଓ ଭେଟନାରୀ ଟିମ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ସରକାରଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଏବେ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେଉଛି କିଭଳି ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବା ।