କେନ୍ଦ୍ରାପଡ଼ାର ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ବ୍ଲକରେ ବନ୍ୟା ପରିସ୍ଥିତି

Key Points
ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀ
କେନ୍ଦ୍ରାପଡ଼ାର ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ବ୍ଲକରେ ବନ୍ୟା ପରିସ୍ଥିତି
ବାହ୍ୟ ଜଗତରୁ ବିଚ୍ଛିନ୍ନ ଆଳି ବ୍ଲକର ୧୭ ପଞ୍ଚାୟତ
ଜଳବନ୍ଦୀ ଅବସ୍ଥାରେ ୭୦ ହଜାର ଲୋକ
ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଆଳି ବ୍ଲକର ୧୭ ପଞ୍ଚାୟତ l ପାଣି ଘେରରେ ୭୦ ହଜାର ଲୋକ । ମାନପୁର ଗୋବିନ୍ଦପୁର ରାସ୍ତାରେ ଏବେ ୬ ଫୁଟ ଉଚ୍ଚର ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ତେଣୁ ଏଠାରେ ଲୋକେ ଯାତାୟାତ କରିବା ପାଇଁ ବେସରକାରୀ କାତଡ଼ଙ୍ଗା ଉପରେ ନିର୍ଭରଶୀଳ । ଚାଷ ଜମିରେ ପାଣି ଜମି ରହିବା ଫଳରେ ବ୍ୟାପକ କ୍ଷତି ହୋଇଛି । ରାଜକନିକା ବ୍ଲକର କନପୁର ଗାଁ ବନ୍ୟାଜଳରେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି l ସେପଟେ ପଟ୍ଟାମୁଣ୍ଡାଇର ଅନେକ ପଞ୍ଚାୟତ ସହ ମୁନିସିପାଲିଟିର ଅଧାରୁ ଅଧିକ ୱାର୍ଡ ବାହ୍ୟ ଜଗତରୁ ସମ୍ପୂର୍ଣ ବିଛିନ୍ନ l ବଳଭଦ୍ରପୁର, ଶ୍ରୀରାମପୁର, ଡାମରପୁର, ବାଲିପାଟଣା, ତରଡିପାଳ, ପେଣ୍ଠପାଳ, ଅମୃତମଣୋହି, ଅଳପୁଆ ପଞ୍ଚାୟତର ମୁଖ୍ୟ ରାସ୍ତାରେ ପାଣି ଚାଲୁଛି । କୁମ୍ଭୀର ଭୟରେ ଲୋକେ ଘରୁ ବାହାରି ପାରୁନାହାନ୍ତି l