Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି

Ritu Das
Browse all articles by Ritu Das
·1 year ago·1 min read
ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି

Key Points

ଫୁଲୁଛି ସୁବର୍ଣ୍ଣରେଖା

ବିପଦ ସଙ୍କେତ ଉପରେ ଗତି କରୁଛି

ଜଳ ବନ୍ଦୀ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ଡ ସିମାବର୍ତ୍ତି ଅଞ୍ଚଳ ସାରସକଣା ବ୍ଲକର ନେଦା ଗାଁ

ଫୁଲୁଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ଉପରେ ଗତି କରୁଛି। ଜଳ ବନ୍ଦୀ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ଡ ସିମାବର୍ତ୍ତି ଅଞ୍ଚଳ ସାରସକଣା ବ୍ଲକର ନେଦା ଗାଁ। ଚଳିତ ବର୍ଷର ଏହା ହେଉଛି ପ୍ରଥମ ବନ୍ୟା। ନଦୀରେ ଜଳ ସ୍ତର ବଢିବା ପରେ ନେଦା ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଝାଡଖଣ୍ଡ ଗାଲୁଡିହି ବ୍ୟାରେଜରୁ ପାଣି ଛାଡିବା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି । ୩ଦିନ ଧରି ଅଧିକ ବୃଷ୍ଟିପାତ ଯୋଗୁଁ ଅଧିକ ପାଣି ଆସିବା କାରଣରୁ ଏକାସାଙ୍ଗରେ ୧୩ଟି ଗେଟ ଖୋଲାଯାଇଛି ଯାହାଫଳରେ ୭୬୦୦ କ୍ୟୁସେକ ଜଳ ସୁବର୍ଣ୍ଣରେଖା ନଦୀରେ ପ୍ରବାହିତ ହେଉଛି ।


ଗତକାଲି ସନ୍ଧ୍ୟାରୁ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମରେ ବନ୍ୟା ପ୍ରଭାବ ଯୋଗୁଁ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାସଗୋବିନ୍ଦପୁର ବ୍ଲକର ଟିକାୟତପୁର ଅଞ୍ଚଳରେ ଆଜି ବନ୍ୟା ଜଳ ପ୍ରବେଶ କରିବା ଫଳରେ ତଳି ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଥିବା କଥା ମୟୂରଭଞ୍ଜ ଜିଲ୍ଲାପାଳ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
flood-situation-in-the-subarnarekha-river-due-to-heavy-rains | Argus News