Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୫୦ ବର୍ଷକୁ ଆଖି ଆଗରେ ରଖି ଯୋଜନା କରୁଛନ୍ତି ସରକାର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୫୦ ବର୍ଷକୁ ଆଖି ଆଗରେ ରଖି ଯୋଜନା କରୁଛନ୍ତି ସରକାର !

Key Points

ଆସୁଥିବା ବଡ଼ ବର୍ଷା ପାଇଁ ପ୍ରସ୍ତୁତି ବୈଠକ ସରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ।

ପୂର୍ବ ସରକାରର ଭୁଲ ପାଇଁ ନିଷ୍କାସନ ହୋଇପାରୁନି ବର୍ଷା ଜଳ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ବୃଦ୍ଧିକୁ ନେଇ ରାଜସ୍ୱ ମନ୍ତ୍ରୀ ପୂର୍ବ ସରକାରକୁ ଦାୟୀ କରିଛନ୍ତି । ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ବିଭିନ୍ନ ନଦୀର ଗତିପଥକୁ ସଫା କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

ଖୁବଶୀଘ୍ର ନଦୀ ସଫେଇ ଅଭିଯାନ ଆରମ୍ଭ ହେବ । ବିଭିନ୍ନ କାରଣରୁ ନଦୀର ଗତିପଥ ଅବରୋଧ ହୋଇଥିବାରୁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଢି ଚାଲିଛି ଜଳ ନିଷ୍କାସନ ସମସ୍ୟା । ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଯୋଜନା କରୁଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅନ୍ୟପଟେ ଆସୁଥିବା ବଡ଼ ବର୍ଷା ପାଇଁ ପ୍ରସ୍ତୁତି ବୈଠକ ସରିଛି । ଆଗାମୀ ୪୮ ଘଣ୍ଟାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରବଳ ବର୍ଷା ହେଲେ ବି ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ବୈଠକ ପରେ କହିଛନ୍ତି ରାଜସ୍ୱ ମନ୍ତ୍ରୀ । ନଦୀ ଗୁଡ଼ିକ ସତର୍କ ସଙ୍କେତଠୁ ତଳେ ରହିଛି । ଆସୁଥିବା ବଡ଼ ବର୍ଷା ଦ୍ୱାରା କିଛି ସ୍ଥାନରେ ପାଣି ପଶିବାର ସମ୍ଭାବନା ରହିଛି । ବିଶେଷ କରି ବର୍ଷା ସମୟରେ ସହରାଞ୍ଚଳ ଲୋକେ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅବପାତ ସମ୍ଭାବନା । ଯୋଡ଼ା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଗତକାଲି ଏକ ଲଘୁଚାପ ସୃଷ୍ଟି ହୋଇଛି ।

ସେହିପରି ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood Solution: The government is planning with an eye on 50 years! | Argus News